Tuesday, December 9, 2025
14.3 C
Odisha

    ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପାଣିକୋଇଲି ବଜାରରେ ଶନିବାର ଦିନ ଅପହରାହ୍‌ଣରେ ଘଟିଥିବା ଗୁଳିକାଣ୍ଡ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଏହି ଘଟଣା ନେଇ ସେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏଥିସହ ଘଟଣାରେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପାଣିକୋଇଲି ବଜାରରେ ଶନିବାର ଅପରାହ୍‌ଣରେ ଏକ ଛାତିଥରା ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା। ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟିଥିଲା। ଡକାୟତଙ୍କ ଗୁଳିମାଡ଼ରେ ଦୋକାନର ଜଣେ କର୍ମଚାରୀଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଦ୍ବୟ ଯାଜପୁର ସଦର ଥାନା କୁନିଦା ଗ୍ରାମର ସୁନିଲ ରାୟ (୩୬) ଓ ପାଣିକୋଇଲି ଥାନା ସୋତି ଗ୍ରାମର ନୀଳମାଧବ ପଣ୍ଡା (୩୦)। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

    ଅନ୍ୟପକ୍ଷରେ ଡକାୟତିରେ ସଂଶ୍ଲିଷ୍ଟ ଦୁଇଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଗୁଳିକାଣ୍ଡରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଗୋଡ଼ାଇ ଧରିଥିବା ଜଣେ ଲୁଟେରାକୁ ଦୋକାନ ଭିତରେ ବନ୍ଦ କରି ରଖିବା ସହ ଛାଡ଼ିନଥିଲେ। ହଜାର ହଜାର ଲୋକ ଏକାଠି ହୋଇ ନାରାବାଜି କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଯାଜପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲଙ୍କ ସମେତ ପାଣିକୋଇଲି ଥାନା ପୁଲିସ ଓ ୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ବହୁ ବୁଝାସୁଝା କରିବା ପରେ ସଂପୃକ୍ତ ଲୁଟେରାକୁ ବନ୍ଦ ଘରୁ ପୁଲିସ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇ ଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.3 ° C
    14.3 °
    14.3 °
    39 %
    1.3kmh
    100 %
    Tue
    26 °
    Wed
    26 °
    Thu
    27 °
    Fri
    27 °
    Sat
    26 °

    ସମ୍ବନ୍ଧିତ