Saturday, December 13, 2025
14.9 C
Odisha

    ପୁଣି ଆସୁଛି ଆଉ ଏକ ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ପୁଣି ବର୍ଷା ଭୟ। ତୀବ୍ର ବେଗରେ ମାଡ଼ି ଆସୁଛି ଆଉ ଏକ ଲଘୁଚାପ।  ଚିନ୍ତାରେ ଚାଷୀ। ଧାନ ଫସଲ ଅମଳ ବେଳ ପାଖେଇ ଆସିଲା ବେଳକୁ ଡରାଇଲାଣି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଲଘୁଚାପ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହି ଲଘୁଚାପ ୨୪ ତାରିଖ ବେଳକୁ ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ଏହି ସମୟଟି ଯେହେତୁ ଫସଲ ଅମଳ ସମୟ। ଏମିତିରେ ଏହା ପୂର୍ବରୁ ବାତ୍ୟା ମୋନ୍ଥା ଆସି ଯାହା କ୍ଷୟ କ୍ଷତି କରିସାରିଛି। ଆଉ ଏବେ ଧାନ କଟାକଟି ସମୟରେ ଯଦି ବର୍ଷା ହୁଏ ତାହା ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେବ।

    ତେବେ ଏବେସୁଦ୍ଧା ଲଘୁଚାପ ବର୍ଷା ନେଇ ସ୍ପଷ୍ଟ ହୋଇନଥିବା ବେଳେ କେବଳ ଅନୁମାନ କରାଯାଇଛି। ହେଲେ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବ ଏବଂ କେଉଁ ସ୍ଥାନରେ ଅଧିକ ବର୍ଷା ପବନ ହେବ ସେନେଇ କୌଣସି ସୂଚନା ଆସିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ