Friday, May 9, 2025
38.3 C
Odisha

    ପୁଣି ଚର୍ଚ୍ଚାରେ ଏକ ଟଙ୍କିଆ ଡ଼ାକ୍ତର ରାମଚନ୍ଦାନୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଭାରତ ଇସିହାସରେ ପ୍ରଥମ, ଏକ ଟଙ୍କାରେ ECG ସହ ନେବ୍ୟୁଲାଇଜର ସେବା ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ରାମଚନ୍ଦାନୀ।ଭିମସାର ସହକାରୀ ପ୍ରଫେସର ତଥା ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀଙ୍କ ଏକ ଟଙ୍କିଆ କ୍ଲିନିକ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏଥର ଜର କିମ୍ୱା ଥଣ୍ଡା ପାଇଁ ଟଙ୍କାକରେ ମେଡିସିନ୍ ଦେବାକୁ ନେଇ ନୁହେଁ।ବରଂ ଏକ ଟଙ୍କାରେ ECG ସହ ନେବ୍ୟୁଲାଇଜର ସେବା ଦେଇ। ଯାହା ଭାରତ ଇତିହାସରେ ପ୍ରଥମ କୁହାଯାଇପାରେ।କେବଳ ସେତିକି ନୁହେଁ, ଏଠାରେ ଏକ ଟଙ୍କାରେ ରକ୍ତ ଶର୍କରା ପରୀକ୍ଷା ମଧ୍ୟ ହେଉଥିବା ଜଣାପଡ଼ିଛି।

    ନିକଟରେ ଏକ ଟଙ୍କିଆ କ୍ଲିନିକର ତିନୋଟି କୁମ୍ପି ଏକ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ଏବଂ ଏହି ଟଙ୍କାରେ ଇସିଜି ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି କିଣାଯାଇଥିଲା।ଆଉ ଏବେ ସେହି ଟଙ୍କାରେ କିଣାଯାଇଥିବା ଇସିଜି ସାହାଯ୍ୟ ଜଣେ ରୋଗୀଙ୍କର ଏକ ଟଙ୍କାରେ ଚିକିତ୍ସା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାପରେ ଡାକ୍ତର ରାମଚନ୍ଦାନୀଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।ରାମଚନ୍ଦାନୀ ନିଜ ଏକ ଟଙ୍କିଆ କ୍ଲିନିକ୍ ଖୋଲି, ସାଧାରଣ ଲୋକଙ୍କୁ ଟଙ୍କାକରେ ସେବା ଯୋଗାଉଥିଲେ। ଏପରିକି ସେ ଜଣେ ସମାଜସେବୀ ମଧ୍ୟ।ହେଲେ ଟଙ୍କିକିଆ କ୍ଲିନିକ୍ ତାଙ୍କୁ ପରିଚୟ ଦେଇଛି। ପୂର୍ବରୁ ଛୋଟ ଛୋଟ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିଲେ।
    ଆଉ ଏବେ ଟଙ୍କାକରେ ECG ସହ ନେବ୍ୟୁଲାଇଜର ସେବା ଦେଇ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ