Thursday, June 4, 2026
40.5 C
Odisha

    ପୁଣି ବଢିଲାଣି ପରିବା ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶରେ ଲଗାତାର ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି । ଦେଶର ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ପୁଣି ଏକ ଝଟକା ଦେଇଛି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ରିପୋର୍ଟ । ଜୁନ୍ ମାସରେ ମଧ୍ୟ ହୋଲସେଲ ଦର ବୃଦ୍ଧି ହୋଇ ୩.୩୬ ପ୍ରତିଶତରେ ପହଞ୍ଚିଛି । ଗତ ୪ ମାସରେ ଲଗାତାର WholeSale Price Indexରେ ବୃଦ୍ଧି ରେକର୍ଡ କରାଯାଇଛି । ଏହାପୂର୍ବରୁ ମେ’ ମାସରେ WPI Inflation Rate ୨.୬୧ ପ୍ରତିଶତ ରହିଥିଲା । ତେବେ ଗତ ଜୁନ୍ ୨୦୨୩ ମାସରେ ଏହି ହାର ୪.୧୮ ପ୍ରତିଶତ ରହିଥିଲା ।୨୦୨୪ ଏପ୍ରିଲରେ ହୋଲସେଲ ମହଙ୍ଗା ଦର ୧.୨୬ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ମାସରେ ୦.୫୩ ପ୍ରତିଶତ ରେକର୍ଡ ହୋଇଥିଲା । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ହୋଲସେଲ ଦରବୃଦ୍ଧି ଯୋଗୁଁ ଚଳିତ ମାସ ଖାଦ୍ୟ ପଦାର୍ଥର ଉତ୍ପାଦନ, ଅଶୋଧିତ ତୈଳ, ପେଟ୍ରୋଲ, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟବୃଦ୍ଧି ହୋଇଛି । ସରକାରଙ୍କ ରେକର୍ଡ ଅନୁସାରେ, ଜୁନ୍ ମାସରେ ଫୁଡ ଆଇଟମରେ ଦରବୃଦ୍ଧି ୧.୮୭ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଏହାପୂର୍ବରୁ ମେ’ ମାସରେ ୯.୮୨ ପ୍ରତିଶତ ବୃଦ୍ଧି ପାଇଥିଲା । ଜୁନ୍ ମାସରେ ପରିବା ମୂଲ୍ୟ ୩୮.୭୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମେ’ ମାସରେ ଏହା ୩୨.୪୨ ପ୍ରତିଶତ ରହିଥିଲା । ଏଥିରେ ପିଆଜ ମୂଲ୍ୟ ୨୧.୬୪ ପ୍ରତିଶତ ହୋଇଛି । ଏହାବ୍ୟତୀତ ନ୍ୟାଚୁରାଲ ଗ୍ୟାସ, ଉତ୍ପାଦିତ ପଦାର୍ଥ ଇତ୍ୟାଦି ମଧ୍ୟ ସାମିଲ ରହିଛି ।ସେହିପରି ମନ୍ତ୍ରାଳୟ ତରଫରୁ ମିଳିଥିବା ରିପୋର୍ଟ ଅନୁସାରେ, ଜୁନ୍ ମାସରେ ତୈଳ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ୧.୦୩ ପ୍ରତିଶତ ମୂଲ୍ୟବୃଦ୍ଧି ରେକର୍ଡ କରାଯାଇଛି। ତେବେ ଉତ୍ପାଦିତ ପଦାର୍ଥର ମୂଲ୍ୟ ମେ’ ମାସରେ ୦.୭୮ ପ୍ରତିଶତ ଥିବା ବେଳେ ଜୁନରେ ୧.୪୩ ପ୍ରତିଶତ ରେକର୍ଡ ହୋଇଛି। ଦେଶବାସୀଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦରବୃଦ୍ଧିର ସାମନା କରିବାକୁ ପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.5 ° C
    40.5 °
    40.5 °
    23 %
    2kmh
    68 %
    Thu
    39 °
    Fri
    41 °
    Sat
    41 °
    Sun
    42 °
    Mon
    43 °

    ସମ୍ବନ୍ଧିତ