Thursday, January 22, 2026
27.9 C
Odisha

    ପୁଷ୍ପା-୨’, ୪ଦିନରେ ପାର୍ କଲା ୮୦୦କୋଟି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଅନେକ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଥିଲା।

    ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଫିଲ୍ମର ଆୟ ୮୦୦କୋଟି ପାର୍ କରିଛି। ୪ଦିନରେ ଫିଲ୍ମଟି ୮୦୦କୋଟିରୁ ଅଧିକ ଆୟ କରିସାରିଥିବା ବେଳେ ୭ଦିନ ଭିତରେ ଏହା ୧୦୦୦କୋଟି ପାର୍ କରିବ ବୋଲି ଜଣାପଡ଼ିଛି।ସିନେ ସମୀକ୍ଷକ ରମେଶ ବାଲା ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ପୁଷ୍ପା-୨ ରିଲିଜର ପ୍ରଥମ ସପ୍ତାହରେ ବିଶ୍ୱ ବକ୍ସ ଅଫିସରେ ୮୦୦କୋଟି ଟଙ୍କା ଅତିକ୍ରମ କରିଛି। ‘ପୁଷ୍ପା ୨: ଦି ରୁଲ୍’ ଚାରି ଦିନ ମଧ୍ୟରେ ସାରା ବିଶ୍ୱରେ ୮୦୦କୋଟିରୁ ଅଧିକ ଆୟ କରି ଗଦର-୨ (୬୮୬ କୋଟି ଟଙ୍କା), ବାହୁବଲୀ (୬୫୦କୋଟି), ସାଲାର (୬୧୭.୭୫ କୋଟି) ଏବଂ ପି.କେ (୭୯୨କୋଟି ଟଙ୍କା) ୪ଦିନରେ କରିଥିବା ରେକର୍ଡକୁ ଭାଙ୍ଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ