Sunday, April 20, 2025
30.5 C
Odisha

    ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ : ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ହେବ। ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ନବ ଦାସ ହତ୍ୟା କାଣ୍ଡରେ ଯେଉଁଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା ତାହା ହୋଇପାରିନାହିଁ  । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ ।  ଏ ବାବଦରେ ତାଙ୍କ ପରିବାର ଲୋକ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପରେ ଆଜି ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

    ଝାରସୁଗୁଡା ସରବାହାଲ ସ୍ଥିତ ସ୍ବର୍ଗତ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ବୟାନ ରେକର୍ଡ କରିଛି । ଦୀପାଳି ଓ ବିଶାଳ ଦାସଙ୍କ ବୟାନ ରେକର୍ଡ କରିଛି ।  ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ବୟାନ ରେକର୍ଡ କରିଛି ।  ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ ହୋଇଛି । ବର୍ତ୍ତମାନ ମାମଲା ସ୍ବତନ୍ତ୍ର କୋର୍ଟ ଝାରସୁଗୁଡ଼ାରେ ବିଚାରାଧୀନ ରହିଛି । ୨୯ ସାକ୍ଷୀ ଓ ୧୭୯ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି ।  ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଚିଠି ଲେଖିଥିଲେ ବୋଲି  ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    48 %
    2.4kmh
    3 %
    Sun
    31 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ