Thursday, January 22, 2026
27.9 C
Odisha

    ପୂର୍ବ ସରକାରର ବଡ଼ ଯୋଜନାକୁ ମନା କରିଦେଲେ ମୋହନ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରାଜ୍ୟ ସରକାର ସାଇକେଲ ଗୋଟିକୁ ୨୫,୦୦୦ ଟଙ୍କା ଦରରେ କିଣିଥିଲେ। ସେଥିରୁ କିଛି ଭାଙ୍ଗିରୁଜି ଯିବା ଫଳରେ ସେଗୁଡିକୁ ମରାମତି ପାଇଁ ଦିଆଯାଇଛି । ତେବେ ଏହି ସାଇକେଲଗୁଡିକୁ ଗରିବ ଛାତ୍ରୀ ଛାତ୍ରଙ୍କୁ ମାଗଣାରେ ଦେବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ମୋ ସାଇକେଲ ସଂକ୍ରାନ୍ତରେ ଭାଜପା ସଭ୍ୟ ଟଙ୍କଥର ତ୍ରିପାଠୀ ପଚାରିଥିବା ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ମାର୍ଟ ସିଟି ମିଶନର ନିର୍ଦ୍ଦେଶାବଳୀ ଅନୁସାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପ୍ରସ୍ତାବ ଅନୁଯାୟୀ ଖୋଲା ଟେଣ୍ଡର ଜରିଆରେ ୨୦୧୮ରେ ୨୦୦୦ ଟି ସାଇକେଲ କିଣାଯାଇଥିଲା । ଗୋଟିଏ ସାଇକେଲର ଦାମ୍‌ ଥିଲା ୨୫,୦୦୦ ଟଙ୍କା । ଏହି ୨ ହଜାର ସାଇକେଲ ମଧ୍ୟରୁ ହୀରୋ ୟୁଓନ କମ୍ପାନୀରୁ ୧୦୦୦ ଟି ସାଇକେଲ ଖରିଦ ହୋଇଥିବାବେଳେ ୟୁଲୁ ବାଇକ୍ସ ପ୍ରାଇଭେଟ ଲିମିଟେଡରୁ ୫୦୦ ଟି ଏବଂ ଧରଣୀ ଏଣ୍ଟରପ୍ରାଇଜର୍ସରୁ ୫୦୦ ଟି ସାଇକେଲ କିଣାଯାଇଥିଲା । ଏହି ସାଇକେଲଗୁଡିକୁ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥିରୀକୃତ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରଖାଯାଇଛି । ମରାମତି ପାଇଁ କିଛି ସାଇକେଲକୁ ମରାମତି କେନ୍ଦ୍ରକୁ ପଠାଯାଇଛି । ତେବେ ଏହାକୁ ମାଗଣାରେ ଗରିବ ଛାତ୍ରଛାତ୍ରୀଙ୍କୁ ଦେବାପାଇଁ କୌଣସି ଯୋଜନା ନ ଥିବା ମନ୍ତ୍ରୀ କହିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ