Sunday, December 14, 2025
13.8 C
Odisha

    ପ୍ରଦେଶ କଂଗ୍ରେସ କମିଟିରେ ନୂଆ କର୍ମକର୍ତ୍ତା; ୭ ଉପସଭାପତି, ୧୦ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କୁ ଆଜି ନିଯୁକ୍ତି ପ୍ରଦାନ କରାଯାଇଛି। ଏଆଇସିସି ପକ୍ଷରୁ ଏଥିନେଇ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ସତ୍ୟଜିତ ଗମାଙ୍ଗୋ ଏବଂ ସନ୍ତୋଷ ପ୍ରଧାନଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ସିଦ୍ଧାର୍ଥ ସ୍ବରୂପ ଦାଶଙ୍କୁ ପିସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ୭ ଜଣ ଉପ-ସଭାପତି, ୧୦ ଜଣ ସାଧାରଣ ସମ୍ପାଦକ ଏବଂ ୧୨ ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଦଳର ଉପ-ସଭାପତି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି, ସିଏସ୍‌ ରାଜନ୍ ଏକ୍କା, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା ନିଯୁକ୍ତ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦକ ଭାବେ ବିଧାୟକ ଅଶୋକ ଦାସ, ଅପ୍ପାଲା ସ୍ବାମୀ କାଡ୍ରାକା, ମଙ୍ଗୁ ଖିଲ, ପବିତ୍ର ସାଉଁତା, ନୀଳମାଧବ ହିକକା, ପ୍ରଫୁଲ୍ଲ ପ୍ରଧାନ, ସୁବର୍ଣ୍ଣ ନାୟକ, ସୟଦ ୟାସିର ନୱାଜ, ବିଜୟାନନ୍ଦ ଚାଉଳିଆ, ମଧୁସ୍ମିତା ସେଠୀ ନିଯୁକ୍ତି ପାଇଛନ୍ତି। ସମ୍ପାଦକ ଭାବେ ତୁଳେଶ୍ବର ନାଏକ, ସସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ଦେବସ୍ମିତା ଶର୍ମା, ଲକ୍ଷ୍ମୀଧର ସିଂ, ଦିଲ୍ଲୀପ ଦୁରିଆ, ରୂପକ ଟୁରୁକ, ସୀମାଞ୍ଚଳ ଗିରି ଉଲାକା, ମନିଷା ତ୍ରିପାଠୀ, ସାକ୍କା ସୁଜିତ, ମୋହନ ହେମ୍ବ୍ରମ ଏବଂ ଅନିମା ମିଞ୍ଜ ନିଯୁକ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    54 %
    1.4kmh
    3 %
    Sat
    14 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ