Thursday, April 24, 2025
31.3 C
Odisha

    ପ୍ରସବ ସମୟରେ ଆସିଲା ହାର୍ଟଆଟାକ୍‌; ହସ୍ପିଟାଲରେ ଆଖି ବୁଜିଲେ ମାଆ ଓ ଅଜନ୍ମିତ ଶିଶୁ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ପ୍ରସବ ସମୟରେ ହୃଦଘାତ ଯୋଗୁଁ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସହ ଅଜନ୍ମିତ ଶିଶୁ ମଧ୍ୟ ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜିଦେଇଛି।ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଦେଖିବାକୁ ମିିଳିଛି। ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ବିକ୍ରମଗଡ଼ ଗଲଟାରେ ଗାଁର କୁନ୍ତା ବୈଭବ ପଦୱଲେ ନାମକ ଜଣେ ମହିଳାଙ୍କୁ ମଙ୍ଗଳବାର ରାତିରେ ପ୍ରସବ ପୀଡ଼ା ହୋଇଥିଲା।ଏହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଜଟିଳତା ଯୋଗୁଁ ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲକୁ ରେଫର କରାଯାଇଥିଲା।
    ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ ପ୍ରସବ ସମୟରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଭାଗ୍ୟବଶତଃ ମେଡିକାଲ ଟିମ୍ ଶିଶୁକୁ ବଞ୍ଚଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା କହିଥିଲେ ଡାକ୍ତର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.3 ° C
    31.3 °
    31.3 °
    33 %
    2kmh
    23 %
    Thu
    32 °
    Fri
    43 °
    Sat
    42 °
    Sun
    40 °
    Mon
    42 °

    ସମ୍ବନ୍ଧିତ