ଫେବୃଆରୀ ୧୦ରୁ ପିଜି ଏବଂ ଯୁକ୍ତ ୩ କ୍ଲାସ୍

ଫେବୃଆରୀ ୧୦ରୁ ପିଜି ଏବଂ ଯୁକ୍ତ ୩ କ୍ଲାସ୍
ଫେବୃଆରୀ ୧୦ରୁ ପିଜି ଏବଂ ଯୁକ୍ତ ୩ କ୍ଲାସ୍

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଲାସ। ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୧୦ ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ପାଠ ପଢା ଆରମ୍ଭ ହେବ। ଏଥିପାଇଁ ଫେବ୍ରୁଆରୀ ୮ ରୁ କଲେଜ, ବିଶ୍ୱବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲ ରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ। ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟ ର ସାମାଜିକ ଦୂରତା ରଖାଯିବ।
ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ଏପ୍ରିଲ ୩୦ ଏପ୍ରିଲ ମଧ୍ୟରେ ହେବ। ଏହାପରେ ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନ ରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।