Sunday, January 18, 2026
30.1 C
Odisha

    ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍‌ ; ୨୮ରୁ ସଂସଦ ବଜେଟ ଅଧିବେଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଚଳିତମାସ ୨୮ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଜାନୁଆରୀ ୨୯ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ ରବିବାର ପଡୁଥିବା ସତ୍ତ୍ବେ ଉକ୍ତ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବଜେଟ ଅଧିବେଶନ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୯ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ। ଚଳିତବର୍ଷ ଫେବୃଆରୀ ୧ ରବିବାର ପଡୁଥିବାରୁ ବଜେଟ ଉପସ୍ଥାପନ ହେବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

    ତେବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପ​‌େ​‌ର ରାଷ୍ଟ୍ରପତି ବଜେଟ ଅଧିବେଶନର ଉପରୋକ୍ତ କାର୍ଯ୍ୟସୂଚୀକୁ ଅନୁମୋଦନ କରିଥିବା ରିଜିଜୁ କହିଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ୧୯୯୯ ଫେବୃଆରୀ ୨୮ ତାରିଖ ରବିବାର ଦିନ ହିଁ ବଜେଟ୍ ଉପସ୍ଥାପନ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୯-୨୦୦୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ