ବଙ୍ଗୋମୁଣ୍ଡାରେ କାଳବୈଶାଖୀ ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟି

ବଙ୍ଗୋମୁଣ୍ଡାରେ କାଳବୈଶାଖୀ ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟି
ବଙ୍ଗୋମୁଣ୍ଡାରେ କାଳବୈଶାଖୀ ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟି

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନ ସମୟ ହଠାତ ଜୋରରେ ପବନ ବହିଥିଲା । ପବନର ବେଗ ଏତେ ଥିଲା ଯେ, ଗଛ ଓ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡିଯାଇଥିଲା ।ବଙ୍ଗୋମୁଣ୍ଡା ପୁରୁଣା ମଦଭାଟି ଥିବା ରାସ୍ତା ଉପରେ ଏକ ବଡ ଗଛ ପବନରେ ପଡିଯାଇଥିବା ଯୋଗୁଁ ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜ୍ୟ ରାଜପଥ ରାସ୍ତା ବନ୍ଦ ହୋଇଯାଇଥିଲା । ଜୋର ପବନ ବହିବା ସହ ବର୍ଷା ହେବା ଯୋଗୁଁ ଅନେକ ଲୋକଙ୍କ ଘରକୁ ବର୍ଷା ପାଣି ପଶିଥିବା ମଧ୍ୟ ଦେଖାଯାଇଛି । ଅନେକ ଲୋକଙ୍କ ଘର ଉପରେ ମଧ୍ୟ ଗଛ ପଡିଥିବା ଦେଖାଯାଇଥିଲା । ବଙ୍ଗୋମୁଣ୍ଡା ଦମକଳ କର୍ମଚାରୀ ପହଞ୍ଚି ରାସ୍ତା ଉପରେ ଗଛ ହଟାଇବା ଆରମ୍ଭ କରିଛନ୍ତି ।