ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ବଜେଟ୍ ପରିମାଣ ୧ ଲକ୍ଷ ୭୦ ହଜାର କୋଟି

ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ବଜେଟ୍ ପରିମାଣ ୧ ଲକ୍ଷ ୭୦ ହଜାର କୋଟି
ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ବଜେଟ୍ ପରିମାଣ ୧ ଲକ୍ଷ ୭୦ ହଜାର କୋଟି

ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚର ପ୍ରତିଫଳନ ଦେଖିବାକୁମିଳିଛି ଏଥିରେ।
ସେ କହିଛନ୍ତି ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ। ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ିଚାଲିଛି। ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ, ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବାର ରହିଛି ଯୋଜନା। ଶିକ୍ଷା କ୍ଷେତ୍ର ପାଇଁ ମୋଟ୍ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ପାଇପ ଯୋଗେ ପାନୀୟଜଳ ପାଇଁ ୧୨ ହଜାର କୋଟି ନିବେଶ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ସରକାର। ବସୁଧା ଯୋଜନାରେ ୨୪୧୯ କୋଟି ବ୍ୟୟବରାଦ ଲକ୍ଷ୍ୟ, ସ୍ୱଚ୍ଛ ଭାରତ ମିଶନ ପାଇଁ ୪୧୫ କୋଟି ଟଙ୍କା ବ୍ୟୟବରାଦ, ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ ହଜାର କୋଟି ବ୍ୟୟବରାଦ। ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବାକୁ ଘୋଷଣା ହୋଇଛି।
ଶିକ୍ଷା କ୍ଷେତ୍ର ପାଇଁ ମୋଟ୍ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ରହିଛି। ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି।
ଏସ୍ସିବିକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। ମୋଟ୍ ୧.୭୦ ଲକ୍ଷ କୋଟିରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ ରଖାଯାଇଛି। ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏସସିବି ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ ହୋଇଛି। ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ ରଖାଯାଇଛି। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ ହୋଇଛି। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ୍ ୯୧୬୪ କୋଟି ବ୍ୟୟବରାଦ କରାଯାଇଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି। ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା। ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ। କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ ହୋଇଛି। ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନ ରହିଛି। ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ ହୋଇଛି।
ଚଳିତ ବର୍ଷ ଋଣ ଭାର ଜିଡିପିର ୨୦.୯% ହେବା ଆକଳନ କରାଯାଇଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟିରୁ ଜଳସେଚନ ପାଇଁ ମୋଟ୍ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ ହୋଇଛି। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ ହୋଇଛି।
କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ୍ ୭୧୦ କୋଟି ବ୍ୟୟବରାଦ ହୋଇଛି। ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ କରାଯାଇଛି। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି। ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହେବ। ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ କରାଯାଇଛି।
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି ଖର୍ଚ୍ଚହେବ। ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ କରାଯାଇଛି। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦ କୋଟି। ହାତୀ କରିଡ଼ର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି। ବିଜୁ ଏକ୍ସପ୍ରେସ ୱେ ପାଇଁ ଶହେ କୋଟି ବ୍ୟୟବରାଦ ଯୋଜନା କରାଯାଇଛି। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି।