ବଦଳିଲେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ର

ବଦଳିଲେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ର
ବଦଳିଲେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ର

ପଶ୍ଚିମବଙ୍ଗ ପୁଲିସ ମହାନିର୍ଦେଶକ (ଡିଜିପି) ବୀରେନ୍ଦ୍ରଙ୍କୁ ମଙ୍ଗଳବାର ନିର୍ବାଚନ ଆୟୋଗ ହଟାଇ ତାଙ୍କ ସ୍ଥାନରେ ପି ନିରଜନୟନଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୭ ବ୍ୟାଚ ଆଇପିଏସ୍‌ ନିରଜନୟନ ପଶ୍ଚିମବଙ୍ଗର ଡିଜିପି ଓ ଆଇଜିପି ଭାବେ କାର୍ଯ୍ୟ କରିବେ।ଏହି ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପୂର୍ବତନ ଡିଜିପି ବୀରେନ୍ଦ୍ରଙ୍କୁ ନିର୍ବାଚନ ସମ୍ପର୍କିତ କୌଣସି ଦାୟିତ୍ବ ନ ଦେବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଇସି ନିର୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ନିର୍ଦ୍ଦେଶ ପାଳନ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।