ବିଧାୟକ ସୁବାସ ପାଣିଗ୍ରାହୀ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ ନାୟକ

ବିଧାୟକ ସୁବାସ ପାଣିଗ୍ରାହୀ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ ନାୟକ
ବିଧାୟକ ସୁବାସ ପାଣିଗ୍ରାହୀ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ ନାୟକ

ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଅଡି ବସିଥିବାବେଳେ ବିଜେପି ଏହାର ଜବାବ ଦେଇଛି। ବିଧାୟକ ସୁବାସ ପାଣିଗ୍ରାହୀ ନୁହଁନ୍ତି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

ପ୍ରଦୀପ୍ତ ନାୟକ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଡେ ଯାଉଛନ୍ତି, ମନ୍ତ୍ରୀମାନେ ଚାରିଆଡେ ଯାଉଛନ୍ତି. କିନ୍ତୁ ବିଧାନସଭା ଆସୁନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି କି ପୁରୀ, ନୂଆପଡା, ସୁନ୍ଦରଗଡ଼ ଯାଉଛନ୍ତି କରୋନା ହେଉନି କିନ୍ତୁ ବିଧାନସଭା ଆସିଲେ କରୋନା ହେଇଯିବ। ଘରେ ବସି ବିଧାନସଭା ଚାଲେନି। ନୂଆପଡା ଯାଇ ବାଟରେ ମନ୍ତ୍ରୀ ବରା ଖାଇଲା ବେଳେ କରୋନା ହେଲାନି, ବିଧାନସଭା ଆସିଲେ କରୋନା ହୋଇଯିବ କି ବୋଲି ବିରୋଧୀ ଦଳ ନେତା କହିଛନ୍ତି। ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ, ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ। ରାଜ୍ୟସରକାର କେବଳ ବାହାନା କରୁଛନ୍ତି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ପାଖରେ ଶବ୍ଦ ନାହିଁ। ସାଧାରଣ ଲୋକଙ୍କୁ ନେଇ ରାଜନୀତି କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।