ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ବିପୁଳ ଗଞ୍ଜେଇ ଜବତ, ୨ ଗିରଫ
ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା:ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ପିରିଡ଼ିପଙ୍ଗା ଗାଁ ନିକଟରୁ ଚୋରାରେ ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଲାଗିଛି ୩୮୫ କେଜି ଗଞ୍ଜେଇ। ଏଥିରେ ସମ୍ପୃକ୍ତ ପିରିଡ଼ିପଙ୍ଗା ଗାଁର ଅସିନ ଶବର ଏବଂ ଗୁରୁବାଡ଼ା ଶବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ତିନିମାସ ମଧ୍ୟରେ ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରାୟ ୧୬୦୦ ଏକର ଜମିରେ ପାଖାପାଖି ୧୬୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଅପରେସନରେ ଜିଲ୍ଲା ପୁଲିସ ସହ ଅବକାରୀ, ଜଙ୍ଗଲ ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି।