ବିବାହ ଓ ସୁଧିକ୍ରିୟା ପାଇଁ ନୂଆ ଗାଇଡଲାଇନ ଜାରିକଲା

ବିବାହ ଓ ସୁଧିକ୍ରିୟା ପାଇଁ ନୂଆ ଗାଇଡଲାଇନ ଜାରିକଲା
ବିବାହ ଓ ସୁଧିକ୍ରିୟା ପାଇଁ ନୂଆ ଗାଇଡଲାଇନ ଜାରିକଲା

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ତରଫରୁ ବିବାହ ଓ ସୁଧିକ୍ରୟା ଆଦି କର୍ଯ୍ୟକ୍ରମ ପାଇଁ ନୂଆ ଗାଇଡଲାଇନ ଜରି କରାଯାଇଛି।ବିବାହ ପାଇଁ ବର , କନିଆ, ଦୁଇ ପରିବାର ବର୍ଗ ଏବଂ ପୁରୋହିତ ଓ ରୋଷେଇୟାଙ୍କୁ ମିଶାଇ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ବିବାହ ପାଇଁ ପାଖ ଥାନରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି। ତେବେ ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ଗର୍ଭବତୀ ମହିଳାଙ୍କୁ ବିବାହ କର୍ଯ୍ୟକ୍ରମ ବା କୌଣଷି ପ୍ରକାର ଉତ୍ସବରେ ଯୋଗ ନଦେବାକୁ ନିର୍ଦେଶାବଳିରେ କୁହାଯାଇଛି। ଏହା ସହିତ ବିବାହ ଆଦି କାର୍ଯ୍ୟ ଅନୁଷ୍ଠିତ କରୁଥିବା ବ୍ୟକ୍ତ ସନିଟାଇଜର ସହିତ କିପରି ସାମାଜିକ ଦୂରତା ବଜାୟ ରଖାଯିବ ସେ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ସେହିପରି ସୁଧିକ୍ରିୟା ପାଇଁ ପରିବାର ବର୍ଗଙ୍କୁ ମିଶାଇ ସର୍ବାଧିକ ୨୦ ଜଣରୁ ଅଧିକ ଲୋକେ ହେବେନି ବୋଲି କୁହାଯାଇଛି। ତେବେ ସୁଧକ୍ରିୟା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ଥାନୀୟ ଥାନା ସହିତ ସମ୍ପର୍କ କରିବାକୁ ପଡିବ ବୋଲି କୁହାଯାଛି। ଦୁର୍ଘଟଣା ଜନିତ ଘଟଣା ହୋଇଥିଲେ ଦୁର୍ଘଟଣା ହୋଇଥିବା ଅଞ୍ଚଳର ଥାନାରୁ ମଧ୍ୟ ଅନୁମତି ଅଣାଯାଇ ପାରିବ।

ସେହିପରି ନିୟମକୁ ପାଳନ କରିନଥିବା ବ୍ୟକ୍ତିଙ୍କ ବିରୋଧରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।