ବିବାହ ବିଚ୍ଛେଦ ମାମଲା: କଟକ ଫାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

ବିବାହ ବିଚ୍ଛେଦ ମାମଲା: କଟକ ଫାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ
ବିବାହ ବିଚ୍ଛେଦ ମାମଲା: କଟକ ଫାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ସାଂସଦ ଅନୁଭବ ମହାନ୍ତି ମଧ୍ଯ ହାଜର ହୋଇଛନ୍ତି। ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା।ଗତ ୯ ତାରିଖରେ ଆପୋଷ ବୁଝାମଣା ପାଇଁ ଉଭୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। ଉଭୟଙ୍କ ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ଦୀର୍ଘ ସମୟ ଧରି ହୋଇଥିଲା ଆଲୋଚନା। ଅନୁଭବ- ବର୍ଷା ବିବାହ ବିଚ୍ଛେଦ ମାମଲାରେ ପୂର୍ବରୁ ଅନୁଭବ ୩ଥର ଫାମିଲି କୋର୍ଟରେ ହାଜର ହୋଇଥିଲେ। ଷ୍ଟାର ଦମ୍ପତି ବିବାଦ ଗତବର୍ଷ ସେପ୍ଟେମ୍ବରରେ ଉଠିଥିଲା।