ବିମାନବନ୍ଦରରେ କରୋନା ନିୟମ ଭାଙ୍ଗିଲେ ଲାଗିବ ତୁରନ୍ତ ଜୋରିମାନା

ବିମାନବନ୍ଦରରେ କରୋନା ନିୟମ ଭାଙ୍ଗିଲେ ଲାଗିବ ତୁରନ୍ତ ଜୋରିମାନା
ବିମାନବନ୍ଦରରେ କରୋନା ନିୟମ ଭାଙ୍ଗିଲେ ଲାଗିବ ତୁରନ୍ତ ଜୋରିମାନା

ଭୁବନେଶ୍ୱର: କରୋନା ମାମଲା ବଢ଼ି ଚାଲିଥିବାବେଳେ ଏଥିରେ ଲଗାମ୍ ଲଗାଇବା ପାଇଁ ପ୍ରଶାସନ ଜୋରଦାର ଚେଷ୍ଟା ଚଲାଇଛି। ଏହି ପରିପ୍ରେକ୍ଷୀରେ ନଗର ବିମାନ ମହାନିର୍ଦ୍ଦେଶାଳୟ ବଡ଼ ପଦକ୍ଷେପ ନେଇଛନ୍ତି। ଯଦି କୌଣସି ବ୍ୟକ୍ତି ବିମାନବନ୍ଦରରେ କରୋନା ନିୟମ ଉଲ୍ଲଂଘନ କରିବେ ତେବେ ତୁରନ୍ତ ଘଟଣାସ୍ଥଳରେ ତାଙ୍କୁ ଜୋରିମାନା ଭରିବାକୁ ପଡ଼ିବ। ନଗର ବିମାନ ମହାନିର୍ଦ୍ଦେଶାଳୟ କହିଛନ୍ତି ଯେ, ବିମାନବନ୍ଦରରେ କରୋନା ନିୟମ ଠିକ୍ ଭାବେ ପାଳନ ହେଉନଥିବାରୁ ଡୀଜୀସିଏ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଯାତ୍ରୀଙ୍କ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ନେଇ ସୁନିଶ୍ଚିତ କରିବାକୁ ଡୀଜୀସିଏ ଏୟାରଲାଇନ୍ସକୁ କହିଛନ୍ତି।