ବିମାନର ୩୦ଜଣ କରୋନା ସଂକ୍ରମିତ, ୨୪୨ଜଣଙ୍କୁ କ୍ବାରେଣ୍ଟାଇନ୍ କଲେ ଇଟାଲୀ ସରକାର

ବିମାନର ୩୦ଜଣ କରୋନା ସଂକ୍ରମିତ, ୨୪୨ଜଣଙ୍କୁ କ୍ବାରେଣ୍ଟାଇନ୍ କଲେ ଇଟାଲୀ ସରକାର
ବିମାନର ୩୦ଜଣ କରୋନା ସଂକ୍ରମିତ, ୨୪୨ଜଣଙ୍କୁ କ୍ବାରେଣ୍ଟାଇନ୍ କଲେ ଇଟାଲୀ ସରକାର

ଏୟାର ଇଣ୍ଡିଆର ଅମୃତସର-ରୋମ୍ ବିମାନରେ ଉଡାଣ ଭରିଥିଲା । ଏହି ବିମାନରେ ବସିଥିବା ୩୦ ଜଣ ଇଟାଲୀରେ ପହଞ୍ଚିବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବେସାମରିକ ଉଦ୍ୟୋଗ ସୂତ୍ର ସୋମବାର ଦିନ ଏହି ସୂଚନା ଦେଇଛି । ସେ କହିଛନ୍ତି ଯେ, ଏହି ୩୦ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ରୁ ମେମ୍ବର ମଧ୍ୟ ଅଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହିତ ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କୁ ଇଟାଲୀ ସରକାର କ୍ବାରେଣ୍ଟାଇନ କରିଛନ୍ତି ।

ଗତ ଗୁରୁବାର ଦିନ ଇଟାଲୀ ସରକାର ଏକ ନିର୍ଦ୍ଦେଶନାମା ଜାରି କରି ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୧୦ ଦିନର କ୍ବାରେଣ୍ଟାଇନରେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ  । ଭାରତରେ ସୋମବାର ଦିନ ୩,୬୮,୧୪୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦେଶରେ ୩୪୧୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।