ବିମାନ ବନ୍ଦରରୁ ବିରଳ ପେଚା ଉଦ୍ଧାର

ବିମାନ ବନ୍ଦରରୁ ବିରଳ ପେଚା ଉଦ୍ଧାର
ବିମାନ ବନ୍ଦରରୁ ବିରଳ ପେଚା ଉଦ୍ଧାର

ଝାରସୁଗୁଡ଼ା ବିମାନ ବନ୍ଦରରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର ହୋଇଛି। ଆଜି ସକାଳେ ପେଚାଟି ବିମାନ ବନ୍ଦର ପାଚେରୀରେ ଥିବା କଣ୍ଟା ବାଡ଼ରେ ଫସି ଯାଇଥିବାବଳେ ବିମାନବନ୍ଦର ଷ୍ଟେସନ ସିକ୍ୟୁରିଟି ମୁଖ୍ୟ ରାଜେଶ କୁମାର ମଜୁମଦାର ଓ ଏୟାର ଇଣ୍ଡିଆର କଷ୍ଟମର ଏଜେଣ୍ଟ ତୋଫାନ ଧୁରୁଆ ଦେଖିଥିଲେ। ସେମାନେ ପେଚାକୁ ଉଦ୍ଧାର କରିବା ସହ ଝାରସୁଗୁଡ଼ା ବନ ବିଭାଗର ଫରେଷ୍ଟ ଗାର୍ଡ ବନିତା ମିଶ୍ରଙ୍କୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ପକ୍ଷରୁ ପେଚାର ଚିକିତ୍ସା କରାଯିବା ପରେ ସୁସ୍ଥ ହେଲେ ସମ୍ବଲପୁର ଡିଅର ପାର୍କରେ ଛାଡ଼ି ଦିଆଯିବ ବୋଲି ସୂଚନା ଦିଆଯାଇଛି।