ବରଗଡ଼ ଗସ୍ତରେ ୫-ଟି ସଚିବ, ନୃସିଂହନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ବରଗଡ଼ ଗସ୍ତରେ ୫-ଟି ସଚିବ, ନୃସିଂହନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା
ବରଗଡ଼ ଗସ୍ତରେ ୫-ଟି ସଚିବ, ନୃସିଂହନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଆଜି ବରଗଡ଼ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ସେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବେ ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡରୁ ପଦ୍ମପୁର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।