ବାରଙ୍ଗରେ ସିନ୍ ରିକ୍ରିଏଟ୍‌ କଲା ବିବନ

ବାରଙ୍ଗରେ ସିନ୍ ରିକ୍ରିଏଟ୍‌ କଲା ବିବନ
ବାରଙ୍ଗରେ ସିନ୍ ରିକ୍ରିଏଟ୍‌ କଲା ବିବନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଆଜି ଦ୍ୱିତୀୟ ଦିନ ସିବିଆଇ ରିମାଣ୍ଡ। ଏହି ପରିପ୍ରେକ୍ଷୀରେ ବିବନକୁ ଘଟଣାସ୍ଥଳକୁ ନେଇ ଆଜି ଭୋରରୁ ସିନ୍ ରିକ୍ରିଏଟ୍ କରିଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ବିବନକୁ ନେଇ ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା। ଚନ୍ଦକା ଥାନା ଅଞ୍ଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ସେଠାକୁ ନେଇ କରୁଛି ଛାନଭିନ୍।

ଏଥିସହିତ ଏହି ଘଟଣା ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? ଏଥିରେ କେଉଁମାନେ ତାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ।

ବୁଧବାର ଝାରପଡ଼ା ଜେଲ‌ରେ ହୋଇଥିବା ଟିଆଇ ପରେଡ଼ରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର। ଅପରାଧ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା ଦାବି କରିଥିଲେ।