ବେରୋଜଗାରୀକୁ ନେଇ ମୋଦୀ ସରକାରକୁ ଘେରିଲେ ମନମୋହନ ସିଂ

ବେରୋଜଗାରୀକୁ ନେଇ ମୋଦୀ ସରକାରକୁ ଘେରିଲେ ମନମୋହନ ସିଂ
ବେରୋଜଗାରୀକୁ ନେଇ ମୋଦୀ ସରକାରକୁ ଘେରିଲେ ମନମୋହନ ସିଂ

ନୂଆଦିଲ୍ଲୀ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ର ସରକାର ଉପରେ ଶକ୍ତ ପ୍ରହାର କରିଛନ୍ତି। ମନମୋହନ କହିଛନ୍ତି ଯେ, ୨୦୧୬ରେ ବିନା କୌଣସି ତର୍ଜମାରେ କେନ୍ଦ୍ର ସରକାର ନେଇଥିବା ନୋଟବନ୍ଦୀ ପଦକ୍ଷେପ ଯୋଗୁ ଦେଶରେ ବେରୋଜଗାରୀ ଆଜି ଚରମ ସୀମାରେ ପହଂଚିଛି। ଆର୍ଥିକ ସଙ୍କଟକୁ ଲୁଚାଇବା ପାଇଁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କରିଥିବା ଅସ୍ଥାୟୀ ଉପାୟ ଦ୍ୱାରା ଆସନ୍ନ ଋଣ ସଙ୍କଟ ଓ ଉଦ୍ୟୋଗ କ୍ଷେତ୍ର ପ୍ରଭାବିତ ହୋଇପାରେ। ଆଉ ଏହି ସ୍ଥିତିକୁ ଆମେ ଅଣଦେଖା କରିପାରିବୁ ନାହିଁ।

ରାଜ୍ୟ ସହ ନିୟମିତ ରୂପେ ପରାମର୍ଶ କରୁନଥିବାକୁ ନେଇ ମଧ୍ୟ ମନମୋହନ କେନ୍ଦ୍ର ସରକାରଙ୍କ ଆଲୋଚନା କରିଛନ୍ତି। ଆର୍ଥିକ ବିଷୟ ଉପରେ ‘ଥିଙ୍କ ଟେଙ୍କ’ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଡେଭଲପମେଣ୍ଟ ଷ୍ଟୋଡୀଜ ଦ୍ୱାରା ଡିଜିଟାଲ ମାଧ୍ୟମ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମନମୋହନ ଏଭଳି ଟିପ୍ପଣୀ ଦେଇଛନ୍ତି।