ବ୍ରିଟେନରୁ ଆସୁଥିବା ସବୁ ବିମାନ ଉପରେ ରୋକ୍ ଲଗାଇଲା ଭାରତ

ବ୍ରିଟେନରୁ ଆସୁଥିବା ସବୁ ବିମାନ ଉପରେ ରୋକ୍ ଲଗାଇଲା ଭାରତ
ବ୍ରିଟେନରୁ ଆସୁଥିବା ସବୁ ବିମାନ ଉପରେ ରୋକ୍ ଲଗାଇଲା ଭାରତ

ଲଣ୍ଡନ,   ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିଛି । ଯାହା ବହୁତ ବିପଦ୍ଦଜନକ । ଏହାପରେ ୟୁରୋପର ଅନେକ ଦେଶ ୟୁକେ ବା ବ୍ରିଟେନରୁ ଆସୁଥିବା ବିମାନ ଉପରେ ରୋକ ଲଗାଇଛି । ଏବେ ଭାରତ ସରକାର ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକେର ବିମାନ ଉପରେ ସରକାର କଟକଣା ଲଗାଇଛନ୍ତି ।

ସୋମବାର ରାତି ୧୨ଟାରୁ ୟୁକେର ବିମାନ ଉପରେ କଟକଣା ଲାଗୁ ହେବ । ଏହା ଡିସେମ୍ବର ୩୧ ଯାଏଁ ଜାରି ରହିବ । ବ୍ରିଟେନର ବର୍ତ୍ତମାନର ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ମୁଖ୍ୟମୱ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ବିମାନ ଉପରେ ରୋକ୍ ପାଇଁ ଦାବି କରିଥିଲେ ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ନେଇ ଟ୍ୱିଟ୍ କରିଥିଲେ । ସେ କହିଥିଲେ ଯେ, ୟୁକେରେ କରୋନାର ନୂଆ ରୂପ ସାମ୍ନାକୁ ଆସିଛି  । ଯାହା ଚିନ୍ତାଜନକ । ଏହା ସୁପର ସ୍ପ୍ରେଡର ଭାବେ କାମ କରୁଛି । ତେଣୁ ଭାରତ ସରକାର ୟୁକେର ସବୁ ବିମାନ ବନ୍ଦ କରିବା ଆବଶ୍ୟକ ।