Tuesday, March 25, 2025
35.7 C
Odisha

    ବର୍ଷା ପ୍ରଭାବ: ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

    ଆଗକୁ ପଢନ୍ତୁ

    ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି। ସତ୍ୟବାଦୀ ବ୍ଲକ ବୀର ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଡୁଙ୍ଗର ଗ୍ରାମର ଚାଷୀ ପୁର୍ଣ୍ଣ ଚନ୍ଦ୍ର ଦଳେଇ ସକାଳେ ଧାନ କ୍ଷେତରେ ଜମି ରହିଥିବା ପାଣି ଖାଲି କରିବା ପାଇଁ ଫାଉଡାଟିଏ କାନ୍ଧରେ ପକାଇ ବିଲକୁ ଯାଇଥିଲେ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ତାଙ୍କ ଧାନ କ୍ଷେତରେ ପାଣି ଜମି ରହିଥିଲା। ପୁଣି ଆଉ ଏକ ଲଘୁଚାପ ସୂଚନା ଜାଣିବା ପରେ କିଭଳି ଉଜୁଡି ଯାଉଥିବା ଫସଲକୁ ରକ୍ଷା କରିବେ ସେଥିପାଇଁ ବିଲକୁ ଯାଇଥିଲେ ଏବଂ ବିଲରେ ଟଳି ପଡ଼ିଥିଲେ। ଆଖପାଖରେ କିଛି ଚାଷୀ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.7 ° C
    35.7 °
    35.7 °
    14 %
    3.9kmh
    0 %
    Tue
    35 °
    Wed
    39 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ