ବ୍ଲାକମେଲିଂ ମାମଲାରେ ବିଜେପି ନେତା ଗିରଫ

ବ୍ଲାକମେଲିଂ ମାମଲାରେ ବିଜେପି ନେତା ଗିରଫ
ବ୍ଲାକମେଲିଂ ମାମଲାରେ ବିଜେପି ନେତା ଗିରଫ

ବ୍ରହ୍ମପୁର: ନିଶାଦେଇ ଶାରୀରିକ ସମ୍ପର୍କ ଆଉ ୭ ଲକ୍ଷ ଲୁଟ୍ । ୨ ବର୍ଷର ବ୍ଲାକମେଲିଂ ପରେ ଗିରଫ ହେଲେ ବିଜେପିର ଯୁବ ନେତା ପ୍ରିୟରଞ୍ଜନ ବେହେରା । ପାତ୍ରପୁର ଅଞ୍ଚଳରେ ଜଣେ ବିବାହିତାଙ୍କୁ ନିଶା ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ ପ୍ରିୟରଞ୍ଜନ । ଆଉ ସେହି ଭିଡିଓକୁ ନେଇ ବାରମ୍ବାର ବ୍ଲାକମେଲିଂ କରୁଥିଲେ, ଟଙ୍କା ମାଗୁଥିଲେ। ଏମିତି ମହିଳାଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟି ନେବାପରେ ସୋସିଆଲ୍ ମିଡିଆରେ କରି ଭିଡିଓ ଭାଇରଲ କରିଥିବା ଅଭିଯୋଗ ହୋଇଛି।ମହିଳାଙ୍କ ଏତଲା କ୍ରମେ ଜରଡ଼ା ପୋଲିସ ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ପ୍ରାୟ ୨ ବର୍ଷ ପୂର୍ବେ ପାତ୍ରପୁର ବ୍ଲକର ଜଣେ ମହିଳା ନିଜ ଗାଡ଼ି ଖରାପ ହେବା ଯୋଗୁଁ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଲିଫ୍ଟ ମାଗିଥିଲେ । ଗୋଟିଏ ଗାଡ଼ିରେ ଯିବା ସମୟରେ ବିଜେପି ନେତା ମହିଳାଙ୍କ ସହ ତାଙ୍କର ଏକ ଫଟୋ ଉଠାଇ ଥିଲେ । ପରେ କିଛିଦିନ ପରେ ସେ ମହିଳା ଜଣଙ୍କୁ ୧୦ ହଜାର ଟଙ୍କା ମାଗିଲେ ଏବଂ ନଦେଲେ ଫଟୋ ସ୍ୱାମୀଙ୍କୁ ପଠାଇବେ ବୋଲି ଡରାଇଥିଲେ । ଆଉ ମହିଳା ଜଣଙ୍କୁ ନିଜ ଘରକୁ ଆସିବା ପାଇଁ ବାଧ୍ୟ କରିଥିଲେ । ମହିଳା ଜଣକ ଭୟରେ ତାଙ୍କ ଘରକୁ ଯିବାପରେ ବିଜେପିନେତା ତାଙ୍କୁ ମୃଦୁପାନୀୟରେ କିଛି ନିଶା ମିଶାଇ ଦେଇ ଦୁଷ୍କର୍ମ କରିଥିଲେ । ଆଉ ସେହି ସମୟର ଭିଡିଓ କରିଥିବା ନେଇ ମହିଳା ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ସେହି ଭିଡିଓକୁ ଆଳ କରି ବିଜେପି ନେତା ଜଣଙ୍କ ମହିଳାଙ୍କୁ ବ୍ଲାକ ମେଲିଂ କରିଥିଲେ । ବିଭିନ୍ନ ସମୟରେ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ମହିଳା ଜଣଙ୍କ ଆଉ ଟଙ୍କା ଦେବାକୁ ଅସମର୍ଥ ହେବାରୁ ବିଜେପି ନେତା ଉକ୍ତ ଭିଡିଓକୁ ଭାଇରାଲ୍ କରି ଦେଇଥିଲେ ।