ବାଂଲାଦେଶ ପାଳୁଛି ସ୍ୱାଧୀନତାର ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବାଂଲାଦେଶ ପାଳୁଛି ସ୍ୱାଧୀନତାର ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ବାଂଲାଦେଶ ପାଳୁଛି ସ୍ୱାଧୀନତାର ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବାଂଲାଦେଶ ପାଳନ କରୁଛି ସ୍ୱାଧୀନତାର ୫୦ ବର୍ଷ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦ ଓ ବାଂଲା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଚଳିତ ବର୍ଷ ବାଂଲାଦେଶ ନିଜ ସ୍ୱତନ୍ତ୍ରତାର ୫୦ ବର୍ଷ ପାଳନ କରୁଛି। ଏଥିସହିତ ଭାରତ ଓ ବାଂଲାଦେଶ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂରଣ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ଚଳିତ ବର୍ଷ ବାଂଲାଦେଶ ପ୍ରତିଷ୍ଠାତା ତଥା ବଙ୍ଗବନ୍ଧୁ ଶେଖ ମୁଜିବର ରେହମାନଙ୍କ ଜନ୍ମ ଶତ ବାର୍ଷିକ ପାଳନ କରାଯାଉଛି। ଅନ୍ୟପଟେ କରୋନା ମହାମାରୀ ପରେ ପ୍ରଥମ ବିଦେଶ ଗସ୍ତ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତ କରିଛନ୍ତି। ସେ ବାଂଲାଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସୂଚନାଥାଉକି ୧୯୭୨ ମାର୍ଚ୍ଚ ୨୬ ତାରିଖରେ ସ୍ୱତନ୍ତ୍ର ବାଂଲାଦେଶ ଗଠନ କରାଯାଇଛି। ଏହି ସ୍ୱତନ୍ତ୍ର ଦେଶ ଗଠନ ପାଇଁ ବାଂଲାଦେଶର ସ୍ୱତନ୍ତ୍ର ମୁକ୍ତି ସଂଗ୍ରାମ କରାଯାଇଥିଲା। ବାଂଲାଦେଶ ଗଠନରେ ଶେଖ ମୁଜିବର ରେହମାନଙ୍କ ଭୂମିକା ରହିଛି। ବାଂଲା ମୁକ୍ତି ସଂଗ୍ରାମରେ ଭାରତୀୟ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।