ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ୧୨ ଶିଶୁ କୋରୋନା ପଜିଟିଭ

ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ୧୨ ଶିଶୁ କୋରୋନା ପଜିଟିଭ

ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଆଜି ଏକକାଳୀନ ୧୨ ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏକ ମାସରୁ ଉର୍ଦ୍ଧ୍ବ ବୟସର ୮ ଜଣ ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୪ ଶିଶୁଙ୍କ ବୟସ ଏକ ମାସରୁ କମ୍‌। ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । SNCU ୱାର୍ଡରେ ଥିବା ୪ ଶିଶୁ କୋରୋନା ପଜିଟିଭ ହୋଇଥିବା ବେଳେ  ସେମାନଙ୍କ ବୟସ ଏକ ମାସରୁ କମ୍‌ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଉଛି  ।