ବିଷାକ୍ତ ମଦ ପିଇ ୧୦ ମୃତ, ୨୪ରୁ ଅଧିକ ଗୁରୁତର
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୨୪ରୁ ଅଧିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି ।
ସୁଚନା ଅନୁସାରେ, ଏହି ଘଟଣା ମୁନୈର ଜିଲ୍ଲାର ମାନପୁର ଓ ପହଁବାଲୀ ଗ୍ରାମରେ ଘଟିଛି । କୁହାଯାଉଛି ଯେ, ମାନପୁର ଗ୍ରାମରେ ବିଷାକ୍ତ ମଦ ପିଇ ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ପହବାଲୀରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି ।
ମଧ୍ୟପ୍ରଦେଶରେ ବିଷାକ୍ତ ମଦମୃତ୍ୟୁ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଗତ ବର୍ଷ ଲକଡାଉନ୍ ବେଳେ ମଦ ପିଇ ୮ଜଣ ପ୍ରାଣ ହରାଇଥିଲେ । ଜିଲ୍ଲାର ଏସପି ଗୌରବ ତିଓ୍ୱାରୀଙ୍କ କହିବାନୁସାରେ, ମଦ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଫଳରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଦ ପିଇବା ପରେ ପ୍ରଥମେ ବାନ୍ତି ହୋଇଥିଲା ।
Comments (0)