ବାହାଘର ରେ କନ୍ୟା ଫୁଟାଇଲେ ଗୁଳି, ହେବ ଲାଇସେନ୍ସ ରଦ୍ଦ

ବାହାଘର ରେ କନ୍ୟା ଫୁଟାଇଲେ ଗୁଳି, ହେବ ଲାଇସେନ୍ସ ରଦ୍ଦ
ବାହାଘର ରେ କନ୍ୟା ଫୁଟାଇଲେ ଗୁଳି, ହେବ ଲାଇସେନ୍ସ ରଦ୍ଦ

ୟୁପିର ପ୍ରତାପଗଡର ଜେଠୱାରା ଅନ୍ତର୍ଗତ ଏକ ଗାଁରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଥିଲା । ପ୍ରଥମେ କନ୍ୟା ଜଣଙ୍କ ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଚଳାଇବା ପରେ ବରକୁ ବରଣମାଳ ପିନ୍ଧାଇଥିଲେ । ନାଲି ଯୋଡା ପିନ୍ଧିଥିବା କନ୍ୟା ଗୁଳି ଚଳାଇବାର ଏକ ଭିଡିଓ ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜେଠୱାରା ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଏକ ଗାଁକୁ ବରଯାତ୍ରୀ ସହ ବର ଆସିଥିଲା । ବରଣମାଳା ପିନ୍ଧାଇବା ଲାଗି ଆକର୍ଷଣୀୟ ଭାବେ ଷ୍ଟେଜ୍ ସାଜସଜ୍ଜା ହୋଇଥିଲା । ରାତି ପ୍ରାୟ ୧୧ଟା ବେଳେ ନାଲି ଯୋଡା ପିନ୍ଧିଥିବା କନ୍ୟା ବରଣମାଳା ପାଇଁ ଘରୁ ବାହାରିଥିଲା । ତାଙ୍କ ସହ ଆସୁଥିବା ମହିଳାମାନେ ମଙ୍ଗଲ ଗୀତ ଗାଉଥିଲେ । ଯେତେବେଳେ କନ୍ୟା ବରଣମାଳା ପାଇଁ ଷ୍ଟେଜ୍ ଉପରକୁ ଉଠୁଥିଲେ  ସେତେବେଳେ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କ ହାତରେ ଏକ ରିଭଲଭର ଧରାଇଦେଲେ । କନ୍ୟା ଷ୍ଟେଜ୍ ଉପରକୁ ଯାଇ ପ୍ରଥମେ ରିଭଲଭରରୁ ଗୁଳି ଫୁଟାଇଥିଲେ ଏବଂ ପରେ ବରଣମାଳା ପିନ୍ଧାଇଥିଲେ । ସେଠାରେ ଉପସ୍ଥିତ ଲୋକମାନେ କନ୍ୟାର ଏଭଳି ରିଭଲଭରରୁ ଗୁଳି ଚଳାଇବା ଦେଖି କରତାଳି ଦେଇ ଉତ୍ସାହିତ କରିଥିଲେ ।

ତାପର ଦିନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । କନ୍ୟା ଜଣଙ୍କ ରିଭଲଭରରୁ ଗୁଳି ଚଳାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଥାନା ଅଧିକାରୀ ଏ ବିଷୟରେ କିଛି ସୂଚନା ପାଇନଥିବା କହିଛନ୍ତି । ଯଦି ଏମିତି  ହୋଇଥାଏ ତେବେ ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।