ବାହୁଡ଼ା ଯାତ୍ରା ପାଇଁ ଗଠନ ହେଲା ୨୦ଟି ସ୍କ୍ୱାଡ, ବଡଦାଣ୍ଡରେ ଫ୍ଲାଗ ମାର୍ଚ୍ଚ କରି ସଚେତନ କଲା ପୁଲିସ

ବାହୁଡ଼ା ଯାତ୍ରା ପାଇଁ ଗଠନ ହେଲା ୨୦ଟି ସ୍କ୍ୱାଡ, ବଡଦାଣ୍ଡରେ ଫ୍ଲାଗ ମାର୍ଚ୍ଚ କରି ସଚେତନ କଲା ପୁଲିସ
ବାହୁଡ଼ା ଯାତ୍ରା ପାଇଁ ଗଠନ ହେଲା ୨୦ଟି ସ୍କ୍ୱାଡ, ବଡଦାଣ୍ଡରେ ଫ୍ଲାଗ ମାର୍ଚ୍ଚ କରି ସଚେତନ କଲା ପୁଲିସ

ଆଉ ଗୋଟିଏ ଦିନ ପରେ ବଡ଼ଦାଣ୍ଡ ବାହୁଡ଼ିବେ କଳା ଠାକୁର। ଏନେଇ ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଅମାନିଆଙ୍କ ଉପରେ ନଜରରେ ରଖିବାକୁ ୨୦ଟି ସ୍କ୍ୱାଡ ଗଠନ କରାଯାଇଛି।

ଏହି ସ୍କ୍ୱାଡରେ ଜଣେ ମାଜିଷ୍ଟ୍ରେଟ, ପୁଲିସ ଟିମ, ଭିଡିଓ ଗ୍ରାଫର ରହିବେ। ବଡଦାଣ୍ଡର ପ୍ରତି ୨୦ ମିଟର ଦୂରରେ ରହିବେ ଗୋଟିଏ ଲେଖାଏଁ ସ୍କ୍ୱାଡ। ଏଥିପାଇଁ ଆଜି ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରିଛି ପୁଲିସ। ତେବେ ରଥଯାତ୍ରା ପରି କୌଣସି ଲୋକ ଛାତ ଉପରେ ରହିବେ ନାହିଁ ଏବଂ ଲଜିଂ ଓ ଘର ମାଲିକଙ୍କୁ ଏନେଇ ଆଜି ତାଗିଦ୍ କରିଛି ପୁଲିସ।