Wednesday, January 22, 2025
16.9 C
Odisha

    ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ଉପନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ। ଛଅ ମାସରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି ସରକାର। ତେଣୁ ବିଧାନସଭାକୁ ୧୬ ଦିନ ଆଗରୁ ବନ୍ଦ କରିଦେଇଛନ୍ତି । ବିଧେୟକ ଆଗତ କଲେ କିନ୍ତୁ ଆଲୋଚନାକୁ ଆଣିଲେ ନାହିଁ କି ପାରିତ କଲେନି । ଆଜି, କାଲି, ଆସନ୍ତାକାଲି ବିଲ ଆସିବ କହିଲେ କିନ୍ତୁ ବିଲ ଆସିଲା ନାହିଁ। ବିରୋଧୀ ଦଳ ଉପନେତା ଆହୁରି କହିଛନ୍ତି, ରାଜ୍ୟପାଳଙ୍କ ପାଖରେ ବିଲ ଅଟକିଥିବା କୁହାଯାଉଛି। ଏହାର ଅର୍ଥ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଯୋଗାଯୋଗ କିମ୍ବା ବୁଝାମଣାରର ବାଧକ ରହୁଥିବା ଲାଗୁଛି। ସାମ୍ବିଧାନିକ ଅବ୍ୟବସ୍ଥା ଆଡ଼କୁ ରାଜ୍ୟ ଗତି କଲା ପରି ଲାଗୁଛି । ଏହା ସୁସ୍ଥ ପରମ୍ପରାର ଲକ୍ଷଣ ନୁହେଁ । ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ଚଳାଇବାର ଭଲ ଲକ୍ଷଣ ନୁହେଁ । ଡର କହିବି ନାହିଁ, ଗଣତାନ୍ତ୍ରିକ ପରମ୍ପରାର ଏହା ବ୍ୟତିକ୍ରମ କହିବି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.9 ° C
    16.9 °
    16.9 °
    32 %
    1.4kmh
    0 %
    Tue
    17 °
    Wed
    33 °
    Thu
    33 °
    Fri
    34 °
    Sat
    33 °

    ସମ୍ବନ୍ଧିତ