Saturday, January 24, 2026
15.1 C
Odisha

    ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଦଳରେ ସାମିଲ କରାଯାଇନାହିଁ। ଦ୍ରୁତ ବୋଲର ଶାହୀନି ଆଫ୍ରିଦି ଏବଂ ନସିମ ଶାହାଙ୍କୁ ମଧ୍ୟ ଜିମ୍ବାୱେ ଗସ୍ତରେ ସାମିଲ କରାଯାଇନାହିଁ। ଏହି ତିନି ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳରୁ ବାହାର କରାଯାଇଥିଲା।ତେବେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବାବର, ଶାହୀନି ଏବଂ ନସିମଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉଭୟ ଦଳରେ ସାମିଲ କରାଯାଇଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ପାକିସ୍ତାନ ବିନା ଅଧିନାୟକରେ ହିଁ ଦଳ ଘୋଷଣା କରିଛି। କିଛିଦିନ ତଳେ ବାବର ଦିନିକିଆ ଏବଂ ଟି୨୦ ଦଳର ଅଧିନାୟକ ପାଦ ଛାଡି ଦେଇଥିଲେ। ତେବେ ଆଗାମୀ ଖବରଦାତା ସମ୍ମିଳନୀରେ ପାକିସ୍ତାନ ଅଧିନାୟକ ଘୋଷଣା କରିପାରେ। ପାକିସ୍ତାନ ଟିମ୍ ପ୍ରଥମେ ଅସ୍ତ୍ରେଲି ଏବଂ ପରେ ଜିମ୍ବାୱେ ଗସ୍ତରେ ଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    78 %
    1.7kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ