Wednesday, February 18, 2026
23.8 C
Odisha

    ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

    ଆଗକୁ ପଢନ୍ତୁ

    ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ ଜାରି ରହିଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସାଦ ଉପରେ ଲୋକଙ୍କର ଆସ୍ଥା ପୁର୍ବ ପରି ଅତୁଟ ରହିଛି। ଗତ ୪ ଦିନ ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସାଦ ଭାବେ ୧୪ ଲକ୍ଷ ଲଡ଼ୁ ବିକ୍ରି ହୋଇଥିବା ନେଇ ମଙ୍ଗଳବାର ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିବାଦ ଦେଖାଦେବା ପରେ ମଧ୍ୟ ମନ୍ଦିରରେ ଦୈନିକ ୩ ଲକ୍ଷରୁ ଅଧିକ ଲଡ଼ୁ ବିକ୍ରି ହେଉଛି।
    ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଗତ ୧୯ରେ ସାମ୍‌ନାକୁ ଆସିଥିଲା। ତେବେ ଗତ ୧୯ରେ ତିରୁପତି ମନ୍ଦିରର ୩.୫୯ ଲକ୍ଷ ଲଡ଼ୁ, ୨୦ରେ ୩.୧୭ ଲକ୍ଷ, ୨୧ରେ ୩.୬୭ ଲକ୍ଷ ଏବଂ ୨୨ରେ ୩.୬ ଲକ୍ଷ ଲଡ଼ୁ ବିକ୍ରି ହୋଇଛି ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି। ପ୍ରତ୍ୟେକ ଦିନ ମନ୍ଦିରରେ ୩ ଲକ୍ଷରୁ ଅଧିକ ଲଡ଼ୁ ପ୍ରସ୍ତୁତ ହେଉଥିବା ସହ ବହୁ ସଂଖ୍ୟାରେ ଉକ୍ତ ଭଗବାନ ଭେଙ୍କଟେଶ୍ୱର ଦର୍ଶନ କରି ସାରି ପ୍ରସାଦରେ ମିଳୁଥିବା ଲଡ଼ୁକୁ ବନ୍ଧୁ ଓ ପରିଜନଙ୍କୁ ଦେବା ପାଇଁ କିଣୁଥିବା ନେଇ ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି। ଲଡ଼ୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ପ୍ରତ୍ୟେକ ଦିନ ୧୫ ହଜାର କେ.ଜି. ଘିଅ ବ୍ୟବହାର କରାଯାଉଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    30 %
    0.6kmh
    0 %
    Wed
    26 °
    Thu
    34 °
    Fri
    35 °
    Sat
    36 °
    Sun
    36 °

    ସମ୍ବନ୍ଧିତ