Wednesday, December 10, 2025
14 C
Odisha

    ବିରାଟ ପଥର ଚଟାଣ ସହ ଧକ୍କା ହେଲା ମତ୍ସ୍ୟଜୀବୀ ଓଙ୍ଗା, ୩ ମୃତ, ୧୯ ଉଦ୍ଧାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ମତ୍ସ୍ୟଜୀବୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି ।

    ରିପୋର୍ଟ ଅନୁସାରେ, ଦକ୍ଷିଣ ଜିୟୋଲା ପ୍ରାନ୍ତର ସିନାନରେ ଗେଜିୟୋ ଦ୍ୱୀପ ନିକଟରେ ସକାଳ ପ୍ରାୟ ୧୦ଟା ୩୦ରେ ମତ୍ସ୍ୟଜୀବୀ ଡଙ୍ଗାଟି ଏକ ବିରାଟ ପଥର ସହ ଧକ୍କା ହୋଇଥିଲା। ଡଙ୍ଗାରେ ୩ ଜଣ ଯାତ୍ରୀଙ୍କୁ ହୃଦଘାତ ସ୍ଥିତିରେ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।ଅନ୍ୟ ୧୯ ଜଣଙ୍କୁ ତଟରକ୍ଷୀ ବାହିନୀ ଏବଂ ନିକଟରେ ବୁଲୁଥିବା ଏକ ଜାହାଜ ଦ୍ୱାରା ଉଦ୍ଧାର କରାଯାଇଥିଲା। ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥିଲା। କୁହାଯାଉଛି, ଯେତେବେଳେ ଡଙ୍ଗାଟି ଓଲଟିବା ସ୍ଥିତିକୁ ଆସିଥିଲା, ସେହି ସମୟରେ ଏହି ଯାତ୍ରୀମାନେ ଜୀବନ ବିକଳରେ ସମୁଦ୍ରକୁ ଡେଇଁ ପଡ଼ିଥିଲେ।ତଟରକ୍ଷୀ ବାହିନୀ ପ୍ରଥମେ ଡଙ୍ଗାରେ ୨୧ ଜଣ ଥିବା କହିଥିଲେ, କିନ୍ତୁ ପରେ ଜଣାପଡ଼ିଥିଲା କି, ୨୨ ଜଣ ଯାତ୍ରୀ ଡଙ୍ଗାରେ ଯାଉଥିଲେ। ଅଧିକାରୀମାନେ ଦୁର୍ଘଟଣା ନେଇ ଅଧିକ ଯାଞ୍ଚ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14 ° C
    14 °
    14 °
    47 %
    1.2kmh
    97 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    26 °

    ସମ୍ବନ୍ଧିତ