Sunday, December 7, 2025
15.9 C
Odisha

    ବିହାରରେ ପ୍ରଥମ ପର୍ଯ୍ୟାୟରେ ୬୪.୬୬% ମତଦାନ

    ଆଗକୁ ପଢନ୍ତୁ

    ପାଟନା   : ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ରେକର୍ଡ ୬୪.୬୬ ପ୍ରତିଶତ ମତଦାନ ହୋଇଛି। ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବିଗତ ବର୍ଷ ଗୁଡିକରେ ରାଜ୍ୟରେ ହୋଇଥିବା ମତଦାନ ହାର ଠାରୁ ଏହି ମତଦାନ ହାର ସର୍ବାଧିକ। ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ମତଦାନ ହାର ୬୨.୬% ରହିଥିଲା। ଏହି ରେକର୍ଡ ୨୦୦୦ ମସିହାରେ ହୋଇଥିଲା। ସେହିପରି ରାଜ୍ୟର ଲୋକସଭା ନିର୍ବାଚନର ମତଦାନ ହାର ରେକର୍ଡ ହେଉଛି ୬୪.୬%। ଯାହା ୧୯୯୮ ମସିହାରେ ରେକର୍ଡ କରାଯାଇଥିଲା। ଏହା ସହିତ ଇସିଆଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

    ରାଜ୍ୟର ୧୮ଟି ଜିଲାର ୧୨୧ଟି ଆସନ ପାଇଁ ଗୁରୁବାର ମତଦାନ ହୋଇଥିଲା। ଏହା ମଧ୍ୟରେ ବେଗୁସରାଇ ଜିଲାରେ ସର୍ବାଧିକ ୬୭.୩୨ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି। ଏହା ପଛକୁ ଗୋପାଳଗଞ୍ଜ ଜିଲାରେ ୬୪.୯୬, ମୁଜାଫରପୁରରେ ୬୪.୬୩%, ଲଖିସରାଇରେ ୬୨.୭୬%, ମାଧେପୁରରେ ୬୫.୭୪%, ଭୋଜପୁରରେ ୫୩.୨୪%, ବକ୍ସାରରେ ୫୮.୩୮%, ଦରଭଙ୍ଗାରେ ୬୦.୬୫%, ନାଳନ୍ଦାରେ ୬୨.୬୫%, ସହର୍ସାରେ ୬୬.୬୫% ମତଦାନ ହୋଇଛି। ଆଜିର ମତଦାନ ଶେଷ ସହିତ ୧୩୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଆଜିର ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାବେଳେ ଲଖିସରାଇ ଜିଲାରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ମାନଝି ବିଧାନସଭା କ୍ଷେତ୍ର ଗସ୍ତ ସମୟରେ ସିପିଆଇ(ଏମଏଲ୍‌) ବିଧାୟକ ସତ୍ୟେନ୍ଦ୍ର ଯାଦବଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମ ପର୍ଯାୟ ନିର୍ବାଚନ ପ୍ରକ୍ରିୟାକୁ ୬ଟି ଦେଶର ୧୬ଜଣିଆ ଆନ୍ତର୍ଜାତିକ ପ୍ରତିନିଧି ଦଳ ଅନୁଧ୍ୟାନ କରିଛନ୍ତି। ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    15.9 ° C
    15.9 °
    15.9 °
    43 %
    1.7kmh
    35 %
    Sun
    16 °
    Mon
    26 °
    Tue
    26 °
    Wed
    26 °
    Thu
    27 °

    ସମ୍ବନ୍ଧିତ