Thursday, December 26, 2024
20.3 C
Odisha

    ଭଦ୍ରକ ପୁଲିସର ଅପରେସନ ‘ବ୍ଲାକ୍ ଡାଇମଣ୍ଡ’ ୧୨୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ

    ଆଗକୁ ପଢନ୍ତୁ

    ଭଦ୍ରକ : ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଗତ ୧୬ଦିନ ଧରି ଆରମ୍ଭ ହୋଇଥିବା ଅପରେସନ ବ୍ଲାକ ଡାଇମଣ୍ଡ ବା ‘ଧାମରା ଚୋରା କୋଇଲା ଦମନ’ ଅଭିଯାନରେ ସଫଳତା ମିଳୁଛି । ପ୍ରତ୍ୟେକ ଦିନ ପୁଲିସ୍ ପ୍ରଚୁର ପରିମାଣରେ କୋଇଲା ଜବତ କରୁଛି । ଗତକାଲି ତିହିଡି ପୁଲିସ୍ ୮୮ ବସ୍ତା କୋଇଲା ଜବତ କରିଥିବା ବେଳେ ଆଜି ପୁଣି ୧୨୦ କ୍ୱିଣ୍ଟାଲ କୋଇଲା ଜବତ କରାଯାଇଛି । ବୁଧବାର ଧାମରା ରେଳଧାରଣାରେ ମାଲବାହୀ ଟ୍ରେନରୁ କୋଇଲା କଢ଼ାଯାଉଥିବା ବେଳେ ପୁଲିସ୍ ଚଢ଼ଉ କରିଥିଲା । ତିହିଡ଼ି ଥାନାଧିକାରୀ ପ୍ରସନ୍ନ ନାୟକ କୋହ୍ଲ ଦାସସାହିରେ ଚଢଉ କରି ବିଜୟ ବାରିକଙ୍କ ଘର ଆଗରେ ଗଚ୍ଛିତ ଥିବା ବିପୁଳ ପରିମାଣର କୋଇଲା ଜବତ କରିଥିଲା । ତେବେ ଚଢ଼ଉ ବେଳେ ବିଜୟ ବାରିକ ଫେରାର ହୋଇଯାଇଥିଲେ । ତଥାପି ପୁଲିସ ତାଙ୍କୁ ଠାବ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ତିହିଡି ପୁଲିସ ଘଟଣାସ୍ଥଳରୁ ୮୮ ବସ୍ତା କୋଇଲା ଜବତ କରି ଥାନାକୁ ଆଣିଥିଲା । ତେବେ ଆଜି ପୁଣି ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗ ଥାନା ପୁଲିସ ମଧ୍ୟ ଧାମରା ଚୋରା କୋଇଲା ଧରପଗଡ ଅଭିଯାନରେ ବେଶ ସଫଳତା ପାଇଛି । ସାବରଙ୍ଗ ପୁଲିସ ଥାନା ଆଇଆଇସି ରୀନା ବକ୍ସାଲଙ୍କ ନେତୃତ୍ୱରେ ଏହି ଥାନା ଅଧୀନ ଇଚ୍ଛାପୁର ମାରପୁର ଠାରେ ଏକ ଇଟା ଫେକ୍ଟ୍ରି ପରିସରରେ ଥିବା ଗୃହରେ ଗଚ୍ଛିତ ଥିବା ୧୨୦ କ୍ୱିଣ୍ଟାଲ ଚୋରା କୋଇଲାକୁ ପୁଲିସ ଜବତ କରିଛି । ଏଥିସହ ଏହି କାରବାରରେ ବ୍ୟବହୃତ ଏକ ୪୦୭ ଟ୍ରକ୍‌କୁ ପୁଲିସ ମଧ୍ୟ ଜବତ କରିଛି । ଚୋରା କୋଇଲା କାରବାର କରୁଥିବା ପରିବିନ୍ଧା ମାରପୁର ଅଞ୍ଚଳର ୨ ଭାଇଙ୍କ ମଧ୍ୟରୁ ଘନଶ୍ୟାମ ପ୍ରଧାନଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଥିବା ବେଳେ ତାଙ୍କ ଭାଇ ନାରାୟଣ ପ୍ରଧାନ ଫେରାର ହୋଇଯାଇଛନ୍ତି । ଏନେଇ ଏକ ମାମଲା ସାବରଙ୍ଗ ଥାନାରେ ରୁଜୁ ହୋଇଛି । ସୂଚନାଯୋଗ୍ୟ, ଧାମରା ବନ୍ଦରକୁ ଜାହାଜରେ ଆସୁଥିବା ମୂଲ୍ୟବାନ ଅଷ୍ଟ୍ରେଲିଆ କୋଇଲାକୁ ରେଳପଥରେ ବାହାରକୁ ରପ୍ତାନି ହେଉଥିବା ବେଳେ କୋଇଲା ମାଫିଆମାନେ ଏହାକୁ ଲୁଟ୍ କରି ମହଜୁଦ ରଖି ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ସେମାନଙ୍କ ପ୍ରାର୍ଦୁଭାବରେ ସଂପୃକ୍ତ ଅଞ୍ଚଳରେ ଲୋକେ ନାନାଦି ଦୁର୍ଦ୍ଦଶା ଭୋଗୁଥିବା ବେଳେ ବିଭିନ୍ନ ଅପରାଧୀକ କାର୍ଯ୍ୟ ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲାର ଅଧିକାଂଶ ଥାନା ଅଞ୍ଚଳକୁ ଏହି ଚୋରା କୋଇଲା କାରବାର ବ୍ୟାପିବାରୁ ଏସ୍‌ପିଙ୍କ ନେତୃତ୍ୱରେ ଗତ ୧୬ ଦିନ ଚାଲିଛି ‘ବ୍ଲାକ୍ ଡାଇମଣ୍ଡ’ ଅଭିଯାନ । ନିଜେ ଏସ୍‌ପି ବିଭିନ୍ନ ସ୍ଥାନରେ ଚଢ଼ଉ କରି କୋଇଲା ଜବତ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.3 ° C
    20.3 °
    20.3 °
    91 %
    1.6kmh
    42 %
    Thu
    20 °
    Fri
    27 °
    Sat
    29 °
    Sun
    28 °
    Mon
    28 °

    ସମ୍ବନ୍ଧିତ