ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ

ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ
ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ

ସୋର: ଭୁବନେଶ୍ବର- କୋଲକାତା ଜନଶତାବ୍ଦୀ ଟ୍ରେନରେ ନିଆଁ । ବଗିରେ ଧୂଆଁ ଦେଖି ଭୟଭୀତ ହେଲେ ଯାତ୍ରୀ । ଫଳରେ ସୋର ଷ୍ଟେସନରେ ୧୫ମିନିଟ୍ ଟ୍ରେନ୍ ଅଟକିଲା ।ସୂଚନାଯୋଗ୍ୟ ଯେ, ଟ୍ରେନ୍ ର ଡି-୬ କୋଚରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କୋଚର ବାଥରୁମ୍ ନିକଟରୁ ବାହାରୁଥିଲା ଧୂଆଁ । ଜଣେ ଅଜଣା ଯାତ୍ରୀ ସିଗାରେଟ୍ ଖାଇ ବାଥରୁମରେ ପକାଇଥିବା ବେଳେ ଅଳିଆରେ ନିଆଁ ଲାଗି ଧୂଆଁ ବାହାରୁଥିଲା । ସଫେଇ କର୍ମଚାରୀ ନିଆଁ ଲିଭାଇବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନଟି ୧୫ ମିନିଟ୍ ବିଳମ୍ବରେ ଛାଡିଥିବା ଜଣାପଡିଛି ।