ଭୁବନେଶ୍ୱରରେ ସର୍ବସମ୍ମୁଖରେ ଯୁବକକୁ ହାଣି ହତ୍ୟା

ଭୁବନେଶ୍ୱରରେ ସର୍ବସମ୍ମୁଖରେ ଯୁବକକୁ ହାଣି ହତ୍ୟା
ଭୁବନେଶ୍ୱରରେ ସର୍ବସମ୍ମୁଖରେ ଯୁବକକୁ ହାଣି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ହାଣି ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ନୟାପଲ୍ଲୀ ଭିଆଇପି ଏରିଆରେ ଘଟିଛି। ଉକ୍ତ ଯୁବକକୁ ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି। ଘଟଣା ପୂର୍ବରୁ ସମସ୍ତେ ଗୋଟିଏ ଗାଡ଼ିରେ ବସିଥିôବା ନେଇ ସୂଚନା ମିଳିଛି। ପୁଲିସ ବର୍ତ୍ତମାନ ସୁଦ୍ଧା ୨ଜଣକୁ ଅଟକ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହି ହତ୍ୟାକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।