ଭାରତକୁ ଭେଣ୍ଟିଲେଟର ଓ ପିପିଇ ସାମଗ୍ରୀ ଯୋଗାଇବ ପାକିସ୍ତାନ

ଭାରତକୁ ଭେଣ୍ଟିଲେଟର ଓ ପିପିଇ ସାମଗ୍ରୀ ଯୋଗାଇବ ପାକିସ୍ତାନ
ଭାରତକୁ ଭେଣ୍ଟିଲେଟର ଓ ପିପିଇ ସାମଗ୍ରୀ ଯୋଗାଇବ ପାକିସ୍ତାନ

ଭାରତରେ ମହାମାରୀ କରୋନା ସୁନାମୀ ସୃଷ୍ଟି କରିଛି। ଭାରତର ଏହି ବିପଦରେ ସହଯୋଗର ହାତ ବଢାଇଲା ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏନେଇ ଭାରତକୁ ପ୍ରସ୍ତାବ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଭାରତରେ ଭୟଙ୍କର ସ୍ଥିତି ଉପୁଜିଛି। ଏହି ସମୟରେ ଏକତାର ବାର୍ତ୍ତା ଦେଇ ପାକିସ୍ତାନ ସମସ୍ତ ସହାୟତା ଯୋଗାଇବ ବୋଲି କହିଛି। ଭେଣ୍ଟିଲେଟର, ବିପାପ, ଏକ୍ସ-ରେ ମେସିନ, ପିପିଇ ଓ ଅନ୍ୟାନ୍ୟ ସାମଗ୍ରୀ ଦେବ। ପାକିସ୍ତାନ ମାନବିକତାକୁ ଗୁରୁତ୍ୱ ଦିଏ ବୋଲି କୁରେଶୀ ନିଜେ ଟୁଇଟ କରି କହିଛନ୍ତି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଜାହିଦ ହାଫିଜ ଚୌଧୁରୀ ମଧ୍ୟ ଟୁଇଟ କରି କହିଛନ୍ତି, ପାକିସ୍ତାନ ଏବଂ ଭାରତର ସମ୍ପୃକ୍ତ ଅଧିକାରୀମାନେ ରିଲିଫ ସାମଗ୍ରୀକୁ ଶୀଘ୍ର ବିତରଣ କରିବାକୁ ମଡ଼େଲ ପ୍ରସ୍ତୁତ କରିପାରିବେ। ଏହା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ମହାମାରୀରେ ବିଶ୍ୱ ତଥା ପଡୋଶୀ ରାଷ୍ଟ୍ରର ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ସୁସ୍ଥତା କାମନା କରିଛନ୍ତି।