ଭାରତରେ ତିଆରି ହେବ ରାଫେଲ ଜେଟ୍ ଏବଂ ପାନ୍ଥର୍ ହେଲିକପ୍ଟର

ଭାରତରେ ତିଆରି ହେବ ରାଫେଲ ଜେଟ୍ ଏବଂ ପାନ୍ଥର୍ ହେଲିକପ୍ଟର
ଭାରତରେ ତିଆରି ହେବ ରାଫେଲ ଜେଟ୍ ଏବଂ ପାନ୍ଥର୍ ହେଲିକପ୍ଟର

ନୂଆଦିଲ୍ଲୀ, ପ୍ରତିରକ୍ଷା କ୍ଷେତ୍ରରେ ନିଜର ସ୍ଥିତିକୁ ମଜଭୁତ କରୁଛି ଭାରତ। ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପର ସହ ସହଯୋଗ କରିବାକୁ ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଏକ ବଡ ପଦକ୍ଷେପ ନେଇଛନ୍ତି। ରାଫେଲ ଯୁଦ୍ଧ ବିମାନ ଏବଂ ପାନ୍ଥର ହେଲିକପ୍ଟରରେ ଫ୍ରାନ୍ସ ଭାରତକୁ ଏକ ବଡ଼ ଅଫର ଦେଇଛି।

ବର୍ତ୍ତମାନ ଫ୍ରାନ୍ସର ପାନ୍ଥର ୟୁଟିଲିଟି ହେଲିକପ୍ଟର ଭାରତରେ ତିଆରି ହେବ। ଏହା ଛଡା ଫାଇଟର ଜେଟର ଆସେମ୍ବ୍ଲି ଲାଇନକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇପାରିବ। ଏହା ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଗକୁ ନେବାରେ ସାହାଯ୍ୟ କରିବ।

ଗତ ସପ୍ତାହରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବାର୍ଷିକ ରଣନୀତିକ କଥାବାର୍ତ୍ତା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲଙ୍କ ପରାମର୍ଶଦାତା ଇମାନୁଏଲ ବୋନ ଦିଲ୍ଲୀରେ ଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା ହୋଇଥିଲା। ଫ୍ରାନ୍ସରୁ ଅଧିକ ରାଫେଲ ଯୁଦ୍ଧ ବିମାନ କ୍ରୟ କରାଯାଇପାରିବ।