ଭାରତରେ ଦିନକରେ ଆଉ ୪୭,୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ଦିନକରେ ଆଉ ୪୭,୨୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଭାରତରେ ଦିନକରେ ଆଉ ୪୭,୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟାରେ ଦେଶରୁ ୪୭,୨୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୭୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଅନ୍ୟପଟେ କରୋନାରୁ ୨୩,୯୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଏହି ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୬୦ ହଜାର ୪୪୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ୩ ଲକ୍ଷ ୬୮ ହଜାର ୪୫୭ ଜଣ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି।