ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଭ୍ୟାକ୍ସିନ ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଭ୍ୟାକ୍ସିନ ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି। ଏଭଳି ସ୍ଥିତିରେ ଭ୍ୟାକ୍ସିନ ଅପେକ୍ଷାରେ ଥିବା ଲୋକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଜାନୁଆରୀ ମାସର କୌଣସି ବି ସପ୍ତାହରେ ଟିକାକରଣ ଆରମ୍ଭ ହୋଇଯିବ। ଏଥିସହିତ ଯେଉଁ ୩୦ କୋଟି ଜନତାଙ୍କୁ ସର୍ବପ୍ରଥମେ କରୋନା ଭ୍ୟାକ୍ସିନ ଦିଆଯିବ ସେମାନଙ୍କ ମଧ୍ୟରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ୨ କୋଟି ଫ୍ରଣ୍ଟଲାଇନ ୱାର୍କରସ୍, ୫୦ ବର୍ଷରୁ ଊର୍ଦ୍ଧ ୨୬ କୋଟି ଓ କୌଣସି ଗମ୍ଭୀର ରୋଗ ଥିବା ୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ସାମିଲ କରାଯାଇଛି।