ଭାରତରେ ପହଞ୍ଚିଲା ଆଉ ୩ ରାଫେଲ

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ
ଭାରତରେ ପହଞ୍ଚିଲା ଆଉ ୩ ରାଫେଲ

ଭାରତରେ ବାୟୁସେନାର ଶକ୍ତିରେ ରାଫେଲ ସାମିଲ ହେବାପରେ ଏହାର ଶକ୍ତି ଆହୁରି ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ଆଉ ୩ଟି ଲଢ଼ୁଆ ରାଫେଲ ବିମାନ ଭାରତରେ ଆସି ପହଞ୍ଚିଛି। ଫ୍ରାନ୍ସରୁ ଉଡାଣ ଭରି ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରି ଏହି ୩ଟି ଲଢ଼ୁଆ ବିମାନ ଗତକାଲି ରାତି ପ୍ରାୟ ୯ଟାରେ ଗୁଜରାଟ ଜାମନଗରରେ ପହଞ୍ଚିଛି। ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।

୨୦୧୬ରେ ୩୬ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ଭାରତର ୫୯ ହଜାର କୋଟି ଟଙ୍କାର ରାଜିନାମା ହୋଇଥିଲା। ଏହି ୩ଟି ବିମାନକୁ ମିଶାଇ ଦେଶରେ ଏବେ ରାଫେଲ ବିମାନ ସଂଖ୍ୟା ୧୧ରେ ପହଞ୍ଚିଛି। ପ୍ରଥମ ଦଫାରେ ୫ ରାଫେଲ ବିମାନ ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ‌ରେ ପହଞ୍ଚିଥିଲା। ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ରାଫେଲ ଭାରତକୁ ମିଳିଥିଲା।