ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍: ଟିମ୍ ଇଣ୍ଡିଆର ଅଭ୍ୟାସ

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍: ଟିମ୍ ଇଣ୍ଡିଆର ଅଭ୍ୟାସ
ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍: ଟିମ୍ ଇଣ୍ଡିଆର ଅଭ୍ୟାସ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୫ରେ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ରହିଥିବା ଛଅ ଦିନିଆ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଛି। ଉଭୟ ଦଳର ଖେଳାଳିଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।  ଭାରତ ଓ ଇଂଲଣ୍ଡର ଖେଳାଳିମାନେ ଆଗାମୀ ଟେଷ୍ଟ୍ ସିରିଜ୍ ପାଇଁ ଏଠାରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନରେ ଥିଲେ।  ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସକୁ ମଧ୍ୟ ଓହ୍ଲାଇଛନ୍ତି।

ବିସିସିଆଇ ପକ୍ଷରୁ ସୋମବାର ଟ୍ୱିଟ୍ କରାଯାଇଥିବା କେତେକ ଫଟୋରେ ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସରେ ମାତିଥିବା ଦେଖିବାକୁ ମିଳିଛି। ଅବଶ୍ୟ ଖେଳାଳିମାନେ କେବଳ ଷ୍ଟ୍ରେଚିଂ ଓ ଅନ୍ୟାନ୍ୟ ସାଧାରଣ ବ୍ୟାୟାମ କରିଥିଲେ। ଗୋଟିଏ ଫଟୋରେ ଓପନର ରୋହିତ ଶର୍ମା ସାଥୀ ଖେଳାଳିଙ୍କ ସହ ଗପ କରୁଥିବା ବେଳେ ଅନ୍ୟ ଏକ ଫଟୋରେ ଅଧିନାୟକ ବିରାଟ କୋହଲି ପଡ଼ିଆ ଭିତରକୁ ଆସୁଥିବା ଦେଖାଯାଇଛି।
ଦୁଇ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ କ୍ୱାରେଣ୍ଟାଇନରେ ଥିବା ବେଳେ ସେମାନଙ୍କର ସର୍ବମୋଟ ୩ ଥର କୋଭିଡ୍ ଟେଷ୍ଟ୍ ହୋଇଥିଲା ଓ ପ୍ରତି ଥର ରିପୋର୍ଟ ନେଗେଟିଭ୍ ହିଁ ରହିଛି। ଭ୍ରମଣକାରୀ ଇଂଲିଶ୍ ଦଳର ଖେଳାଳିଙ୍କ ମଧ୍ୟରୁ ଶ୍ରୀଲଙ୍କା ଗସ୍ତରେ ଯାଇନଥିବା ୩ ଖେଳାଳି  ଗତ ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିସାରିଛନ୍ତି।