ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତିରେ ‘ବିଜୟ ମଶାଲ’ର ଶୁଭାରମ୍ଭ

ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତିରେ ‘ବିଜୟ ମଶାଲ’ର ଶୁଭାରମ୍ଭ
ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତିରେ ‘ବିଜୟ ମଶାଲ’ର ଶୁଭାରମ୍ଭ

ନୂଆଦିଲ୍ଲୀ,  ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଆଜି ୫୦ ବର୍ଷ ପୁରିଛି। ଭାରତୀୟ ସେନାର ସ୍ୱର୍ଣ୍ଣିମ ବିଜୟକୁ ୫୦ ବର୍ଷ ପୁରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିଜୟ ଜ୍ୟୋତି ଯାତ୍ରା’କୁ ଦିଲ୍ଲୀରୁ ଆରମ୍ଭ କରିଛନ୍ତି। ଏଥବସହିତ ମୋଦୀ ନ୍ୟାସନାଲ ବାର ମେମୋରିଆଲ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଥିଲେ। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ବିପୀନ ରାଓତ ଓ ୩ ସେନାର ମୁଖ୍ୟ ଉପସ୍ଥିତ ଥିଲେ।

‘ବିଜୟ ଜ୍ୟୋତି ଯାତ୍ରା’ରେ ୪ଟି ବିଜୟ ମଶାଲ ଦିଲ୍ଲୀରୁ ମଥୁରା ହୋଇ ଭରତପୁର, ଅଲବର, ହିସାର, ଜୟପୁର, କୋଟା ଆଦି ସୈନ୍ୟ ଛାଉଣୀ କ୍ଷେତ୍ର ଓ ତା’ ମଧ୍ୟରେ ଆସୁଥିବା ସହରକୁ ଭ୍ରମଣ କରି ପୁଣି ଦିଲ୍ଲୀ ଫେରିବ। ଏହି ଯାତ୍ରାର ଅବଧି ବର୍ଷକ ପାଇଁ ହେବ। ଏହା ବାଙ୍ଗଲାଦେଶର ରାଜଧାନୀ ଢାକା ମଧ୍ୟ ଯିବ।