ଭାରତ ବିଶ୍ୱକପ ନ ଜିତିଲେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିଦେବା ଦରକାର: ମଣ୍ଟି ପାନେସର
ନୂଆଦିଲ୍ଲୀ, ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପାନେସର କହିଛନ୍ତି ଯେ, ଏବେ ସମୟ ଆସିଛି ବିରାଟ କୋହଲି ଟିମ ଇଣ୍ଡିଆକୁ ଦିନିକିଆ ଅଥବା ଟି-୨୦ ବିଶ୍ୱକପ ଜିତାନ୍ତୁ। ପାନେସରଙ୍କ ଅନୁସାରେ ଯଦି ଭାରତ ବିଶ୍ୱକପ ଜିତିବାରେ ବିଫଳ ହେଉଛି, ତାହେଲେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିଦେବା ଦରକାର।
ବିରାଟ କୋହଲି ୨୦୧୭ ଜାନୁଆରୀ ଠାରୁ ଭାରତୀୟ ଟିମର ଦିନିକିଆ ଓ ଟି-୨୦ର ଅଧିନାୟକ ଅଛନ୍ତି। ସେ ଟିମ ଇଣ୍ଡିଆକୁ ଦ୍ୱିପାକ୍ଷିକ ଶୃଙ୍ଖଳାରେ ବିଜୟ ଦେଇଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ପାରିନାହାନ୍ତି। ତାଙ୍କ ନେତୃତ୍ୱରେ ଭାରତ ଆଇସିସି ଚାମ୍ପିଅନ ଟ୍ରଫି-୨୦୧୭ର ଫାଇନାଲ ହାରିଥିଲା। ତାଙ୍କର ଅଧିନାୟକତ୍ୱ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି।
ଆଡିଲେଡ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ପରେ ବିରାଟ କୋହଲି ଭାରତ ଫେରିଆସିଥିଲେ। ବାକି ୩ଟି ଟେଷ୍ଟ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ନେଇଥିଲେ ଏବଂ ଟିମ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିରୋଧରେ ଐତିହାସିକ ଶୃଙ୍ଖଳା ଜିତାଇଥିଲେ। ରାହାଣେ ଭାରତକୁ ବର୍ଡର ଗାଭାସ୍କର ଟ୍ରଫି ଜିତାଇବାରେ ହେଉଛନ୍ତି ୨ୟ ଭାରତୀୟ ଅଧିନାୟକ।
Comments (0)