ଭାରତ ୭୧ଟି ଦେଶକୁ ଯୋଗାଇଛି ୫କୋଟି ୮୬ଲକ୍ଷ କୋଭିଡ୍ ଟିକା

ଭାରତ ୭୧ଟି ଦେଶକୁ ଯୋଗାଇଛି ୫କୋଟି ୮୬ଲକ୍ଷ କୋଭିଡ୍ ଟିକା
ଭାରତ ୭୧ଟି ଦେଶକୁ ଯୋଗାଇଛି ୫କୋଟି ୮୬ଲକ୍ଷ କୋଭିଡ୍ ଟିକା

ବିଶ୍ୱରେ କୋଭିଡ୍ ମହାମାରୀର ଭୟାବହତା ମଧ୍ୟରେ ଭାରତ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ବିକଶିତ କରିଛି। ଭାରତ ଏହି ଟିକାର ଉପଯୋଗ କରିବା ସହ ୭୧ଟି ଦେଶକୁ ଏହା ଯୋଗାଇ ଦେଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ୭୧ଟି ଦେଶକୁ ସ୍ୱଦେଶ ନିର୍ମିତ ୫କୋଟି ୮୬ଲକ୍ଷରୁ ଅଧିକ କୋଭିଡ୍ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ଟିକା ଯୋଗାଣ ସମ୍ପର୍କିତ ବିଶ୍ୱ ମେଣ୍ଟ କୋଭାକ୍ସ ଯୋଜନା ଅନୁଯାୟୀ ୩୭ଟି ଦେଶକୁ ମାଗଣାରେ ୮୧ ଲକ୍ଷରୁ ଅଧିକ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଇଛି। ବାଂଲାଦେଶ, ମିଆଁମାର୍, ନେପାଳ, ଭୁଟ୍ଟାନ୍, ମାଳଦ୍ୱୀପ, ମରିସସ୍, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଭଳି କେତେକ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ଭାରତ କୋଭିଡ୍ ଟିକା ଯୋଗାଇ ଦେଇଛି।