Sunday, January 18, 2026
30.1 C
Odisha

    ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫ ଭୋଟ ପଡ଼ିଥିବାବେଳେ ୩୫ ଜଣ ସିନେଟର ମତଦାନରୁ ବିରତ ରହିଥିଲେ। ଉକ୍ତ ବିଲ୍‌ ଅନୁଯାୟୀ ମେକ୍ସିକୋ ସହ ଯେଉଁ ଦେଶଗୁଡ଼ିକର ଆନୁଷ୍ଠାନିକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ, ସେହି ଦେଶରୁ ଆମଦାନୀ ହେବାକୁ ଥିବା ୧,୪୦୦ ପ୍ରକାର ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲାଗୁ ହେବ। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ, ଚାଇନା, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ରହିଛନ୍ତି। ପୂର୍ବରୁ ଉକ୍ତ ବିଲ୍‌ ନିମ୍ନ ସଦନରେ ଗୃହୀତ ହୋଇସାରିଥିବାରୁ ସିନେଟ୍‌ର ସଦ୍ୟ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବାରେ ବାଧା ନାହିଁ। ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଟାରିଫ୍‌ ଆଟୋମୋବାଇଲ୍ସ ଓ ପାଟର୍‌ସ, ଟେକ୍ସଟାଇଲ୍ସ, ଆପାରେଲ, ପ୍ଳାଷ୍ଟିକ୍‌, ମେଟାଲ, ଫୁଟ୍‌ଓ୍ବେର ଭଳି ଶିଳ୍ପ କଞ୍ଚାମାଲ ଓ ଉପଭୋକ୍ତା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ବାଧା ଉପୁଜାଇବ। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ ହେବାକୁ ଥିବାବେଳେ ଅଧିକାଂଶ ସାମଗ୍ରୀର ରପ୍ତାନିକାରୀଙ୍କୁ ୩୫% ଟାରିଫ୍‌ ବୋଝ ସହିବାକୁ ପଡ଼ିବ। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନ୍‌ବଉମ୍‌ଙ୍କ ସରକାର ଯୁକ୍ତି ବାଢ଼ିଛନ୍ତି, ଦେଶରେ ସ୍ଥାନୀୟ ନିଯୁକ୍ତି ଓ ବିନିର୍ମାଣକୁ ସୁରକ୍ଷା ଦେବା ପାଇଁ ଏଭଳି ଉଚ୍ଚ ଟାରିଫ୍‌ର ଆବଶ୍ୟକତା ରହିଛି। ଏହି ଆଡ୍‌ଜଷ୍ଟମେଣ୍ଟ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ମେକ୍ସକୋର ସାମଗ୍ରୀଗୁଡ଼ିକୁ ଓ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ସିନେଟ୍‌ ଇକୋନୋମି କମିଟି ଚେୟାରମ୍ୟାନ୍‌ ଇମାନୁଏଲ୍‌ ରେୟେସ୍‌ କହିଛନ୍ତି। ଏହା କେବଳ ରାଜସ୍ବ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପ ନୁହେଁ, ବରଂ ମେକ୍ସିକୋ ଜନସାଧାରଣଙ୍କ ସାମୂହିକ କଲ୍ୟାଣ ନିମନ୍ତେ ଏକ ଅର୍ଥନୀତି ଓ ବାଣିଜ୍ୟ ନୀତିକୁ ମାର୍ଗଦର୍ଶନ ପାଇଁ ଉଦ୍ଦିଷ୍ଟ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଶ୍ଳେଷକଙ୍କ ମତରେ ମେକ୍ସିକୋର ଆମେରିକା-ମେକ୍ସିକୋ-କାନାଡା ଏଗ୍ରିମେଣ୍ଟ (ୟୁଏସ୍‌ଏମ୍‌ସିଏ)ର ପରବର୍ତ୍ତୀ ସମୀକ୍ଷା ପୂର୍ବରୁ ଆମେରିକାକୁ ଖୁସି କରିବା ପାଇଁ ମେକ୍ସିକୋ ସରକାର ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ବର୍ଷ ମେକ୍ସିକୋ ରାଜକୋଷରେ ଅତିରିକ୍ତ ୩.୭୬ ବିଲିୟନ୍‌ ଡଲାର ଯୋଡ଼ିବା ସହ ଦେଶର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବ ବୋଲି ସେଠାକାର ସରକାର ଆଶାବାଦୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ